Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ବଳଦ ଏବଂ ଷଣ୍ଢଙ୍କୁ ନେଇ ପରିବହନ ଯୋଜନା: ବଞ୍ଚିବ ବହୁ ଟଂକା, ଜାଣନ୍ତୁ କେମିତି

17/12/2018 at 5:03 PM

ଆଗେ ଶଗଡର ଖୁବ୍ ଚାହିଦା ଥିଲା। ଭାରତର ପ୍ରତି ଗାଁରେ ଶଗଡ଼ ଚାଲୁଥିଲା। ଜିନିଷ ନେବା ଆଣିବା କରିବାରେ ସବୁଠୁ ଉପଯୁକ୍ତ ସାଧନ ଥିଲା ଶଗଡ଼। କିନ୍ତୁ ଏବେ କ’ଣ ପାଇଁ କେଜାଣି ଶଗଡ଼ ଦିନକୁ ଦିନ ଆଉ ରାସ୍ତାରେ ଦେଖାଯାଉନାହିଁ। ଯେଉଁ ଶଗଡ଼କୁ ବର୍ତ୍ତମାନ ପୀଢ଼ି ଦେଖିନାହାନ୍ତି ସେହି ଶଗଡ଼ ଦୈନନ୍ଦିନ ଜାବନର ଅଂଶ ଥିଲା । 

ଆଜିକାର ଯୁଗରେ ଶଗଡ଼ ଚଢ଼ିବା ସ୍ବପ୍ନ ଭଳି ହୋଇଗଲାଣି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଶଗଡ଼ କୁଆଡ଼େ ଗଲା। ଆପଣ ତ ବଳଦ କିମ୍ବା ଷଣ୍ଢ ଦେଖିଥିବେ। ଯଦି ଆପଣ କେବେ ପରିବା ବଜାର ଯିବେ ତାହେଲେ ଆପଣ ଷଣ୍ଢ ଦେଖିପାରିବେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ଷଣ୍ଢଗୁଡ଼ିକ ବାରବୁଲା ହୋଇ କ’ଣ ପାଇଁ ବୁଲୁଛନ୍ତି।

ପେଟ୍ରୋଲ ଏବଂ ଡିଜେଲ୍ ଗାଡ଼ି ଚଲାଉଥିବା ପୀଢ଼ି କେବେ ବି ଶଗଡ଼ର ମହତ୍ତ୍ବ ବୁଝିପାରିବେ ନାହିଁ। ପ୍ରଦୂଷଣ ଏବଂ ଦୁର୍ଘଟଣାରୁ ରକ୍ଷା ପାଇବା ନିମନ୍ତେ ପ୍ରଶାସନକୁ ବାରବୁଲା ଷଣ୍ଢ କିମ୍ବା ବଳଦଗୁଡ଼ିକର ସଂରକ୍ଷଣ ଦିଗରେ ପଦକ୍ଷେପ ନେବା ଉଚିତ୍। କେବେ ହଜାର ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଷଣ୍ଢ ଆଜି ଅତ୍ୟନ୍ତ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପୁଣି ଆଉଥରେ ବଳଦଗାଡ଼ି କିମ୍ବା ଶଗଡ଼ ପ୍ରଚଳନ କରି ପ୍ରଦୂଷଣ ଏବଂ ସଡ଼କ ଦୁର୍ଘଟଣାକୁ ରୋକାଯାଇପାରିବ।  

   Related Posts