ନୂଆ ଟ୍ରାଫିକ ନିୟମ ବିରୋଧରେ ପରିବହନ ସଂଗଠନଙ୍କ ହରତାଳ, ସ୍କୁଲ, କଲେଜ ଓ ଅଫିସ୍ ଛୁଟି…
19/09/2019 at 3:49 PM

ନୂଆଦିଲ୍ଲୀ୧୯|୯: ମୋଟର ଭେହିକିଲ ଆକ୍ଟର ସଂଶୋଧନ ବିରୋଧରେ ଦିଲ୍ଲୀ ଓ ନୋଇଡ଼ା ପରିବହନ ସଗଠନ ଗୁରୁବାର ଦିନ ହରତାଳ କରିଛନ୍ତି। ଅଟୋ-ରିକ୍ସା, ପ୍ରାଇଭେଟ ସ୍କୁଲ ବସ, ଓଲା, ଉବେର, ଓ କ୍ଲଷ୍ଟର ବସ ସହ ୩୪ଟି ପ୍ରାଇଭେଟ୍ ସଂଗଠନ ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ ହରତାଳ କରୁଛନ୍ତି । ଯାହାଫଳରେ ଦୁଇଟି ସହରର ସାଧାରଣ ଯାତ୍ରୀ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ପ୍ରାଇଭେଟ ସ୍କୁଲ ବସଗୁଡିକ ବନ୍ଦ ହେବା ଯୋଗୁଁ କିଛି ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି। ଏହାସହ ନୋଇଡ଼ା ଓ ଦିଲ୍ଲୀର କିଛି ଅଫିସ୍ ଛୁଟି ଘୋଷଣା କରିଛି।

ପ୍ରାଇଭେଟ ବସ ସଂଗଠନର ହରତାଳ ଯୋଗୁଁ ସବୁ ବର୍ଗର ଯାତ୍ରୀଙ୍କ ଉପରେ ପ୍ରଭାବ ପଡ଼ିଛି। ସ୍କୁଲ ଛୁଟି ହେବା କଥା ଗୁରୁବାର ସକାଳୁ ଅଭିଭାବକଙ୍କୁ ସୂଚନା ଦିଆଯାଇଥିଲା। ଏହାସହ ପିଲାଙ୍କୁ ସ୍କୁଲରେ ଛାଡ଼ିବା ପାଇଁ ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି ଅଭିଭାବକଙ୍କୁ ସ୍କୁଲ ପକ୍ଷରୁ ଜଣାଇ ଦିଆଯାଇଛି। ମୋଟର ଭେହିକିଲ ଆକ୍ଟରେ ଗାଡ଼ି ଚାଳକଙ୍କ ପାଖରୁ ଆଦାୟ ହେଉଥିବା ଜରିମାନାକୁ ୟୁନାଇଟେଡ୍ ଫ୍ରଣ୍ଟ ଅଫ୍ ଟ୍ରାନ୍ସପୋର୍ଟ ଏସୋସିଏସନ ନିନ୍ଦା କରିଛି। ଏହାସହ ଗାଡ଼ି ଚାଳକଙ୍କ ଜୀବନ ବୀମା ଓ ହସ୍ପିଟାଲ ଚିକିତ୍ସା ସୁବିଧା ପାଇଁ ପ୍ରାଇଭେଟ ସଂଗଠନ ଦାବି କରିଛି।

୫୦ ହଜାର ଗାଡ଼ି ଦିଲ୍ଲୀ ଓ ନୋଇଡାର ରାସ୍ତାଠାରୁ ଦୂରରେ ରହୁଛି। ୟୁଏଏଫଟିଏ( ୟୁନାଇଟେଡ୍ ଫ୍ରଣ୍ଟ ଅଫ୍ ଟ୍ରାନ୍ସପୋର୍ଟ ଏସୋସିଏସନ)ର ଅଧ୍ୟକ୍ଷ ହରିଶ ସଭରଓ୍ବାଲ କହିଛନ୍ତି ଯେ, ମୋଟର ଭେହିକିଲ ଆକ୍ଟରେ ଆଦାୟ ହେଉଥିବା ଜରିମନା ଉପରେ ପୂର୍ନବିଚାର କରାଯାଉ। ଜରିମନା ବୃଦ୍ଧି ହେଲା ହେଲେ ଗାଡ଼ି ରଖିବା ପାଇଁ ସରକାର ଇନଫ୍ରାଷ୍ଟକ୍ଚର ତିଆରି କରନ୍ତୁ ବୋଲି ହିରିଶ ଦାବି କରିଛନ୍ତି।