ପାଟଣା ୩୦।୯: ଓଡିଶା ରାସ୍ତା ପରିବହନ ବିଭାଗ ସଚିବଙ୍କ ଅଧିକାରୀ ଗୁରୁବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ପାଟଣା ମୁଖ୍ୟାଳୟ ସ୍ଥିତ ପାଟଣା ଆରଆଇ ସର୍କଲର ସାଧୁପଡା ମୌଜାରେ ହେବାକୁ ଯାଉଥିବା ପ୍ରସ୍ତାବିତ ବସ ଷ୍ଟାଣ୍ଡ ଜମିକୁ ପରିଦର୍ଶନ କରିଛନ୍ତି। ସଚିବଙ୍କ ସହ ଜିଲ୍ଲା ଓ ସ୍ଥାନୀୟ ଅଧିକାରୀ ପରିଦର୍ଶନ କରିଛନ୍ତି । ପରିଦର୍ଶନ କରିଥିବା ଟିମରେ ଓ,ଏସ,ଆର,ଟି,ସି ଡେପୁଟି ଜେନେରାଲ ମ୍ୟାନେଜର ପି,କେ ହୋତା, ଜିଲ୍ଲା ଟ୍ରାନପୋର୍ଟ ମ୍ୟାନେଜର ବାଲୁଙ୍କେଶ୍ୱର ବେହେରା, ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ସୁପର ଭାଇଜର ବନମାଳୀ ନାଏକ, ରାଜସ୍ୱ ନିରୀକ୍ଷକ ସତ୍ୟ ବ୍ରତ ସାହୁ ପ୍ରମୁଖ ପ୍ରସ୍ତାବିତ ଜମିକୁ ପରିଦର୍ଶନ କରିବା ପରେ ଉକ୍ତ ଜାଗାକୁ ଅଧିକାରୀ ମାନେ ଚୂଡାନ୍ତ କରିଥିବା ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ସୂଚନା ଦେଇଛନ୍ତି।
ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି?...