Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ବାତିଲ ହେବ ପରିବହନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି : ପରିବହନ ମନ୍ତ୍ରୀ

10/09/2019 at 2:07 PM

ଭୁବନେଶ୍ବର ୧୦।୯: ପରିବହନ ବିଭାଗର ଛୁଟି ବାତିଲ ହୋଇଛି । ଟ୍ରାଫିକ୍ କଟକଣା କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା ପ୍ରକାଶ ପାଇଛି । ପରିବହନ ବିଭାଗ ଓ ଆର୍‌ଟିଓ ଅଫିସର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହେବ ।

ଲୋକଙ୍କ ପାଇଁ ଛୁଟିରେ ବି କାମ କରିବେ ଅଧିକାରୀ ଓ କର୍ମଚାରୀ । ଏ ନେଇ ପରିବହନ ବିଭାଗ ପ୍ରସ୍ତୁତ କରିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍ । ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବତନ୍ତ୍ର କ୍ୟାମ୍ପ୍ ହେବ । ସ୍ବତନ୍ତ୍ର କ୍ୟାମ୍ପରେ ଡିଏଲ୍‌ ଓ ଗାଡି ଡକ୍ୟୁମେଣ୍ଟସ୍ ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସାରା ଦେଶରେ ସେପ୍ଟେମ୍ବରରୁ ଲାଗୁ ହୋଇଛି ନୂତନ ଟ୍ରାଫିକ୍ ନିୟମ । ନିୟମ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମନା । ଫଳରେ ଲୋକେ ଭୟରେ ଗାଡି ମଧ୍ୟ ଘରୁ ଗାଡି ବାହାର କରୁନାହାନ୍ତି । ଯାହା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏମଭି ଆଇନକୁ ୩ ମାସ କେ।ହଳ କରିଛନ୍ତି ରାଜ୍ୟ ସରକାର । ତଥାପି ଆଜି ବି ଆରଟିଓ ଅଫିସରେ ଗାଡି ଚାଳକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବାଣୀବିହାରଠାରୁ ଆଚାର୍ଯ୍ୟବିହାର ଯାଏଁ ଗାଡି ଲାଇନ୍ ଲାଗିଛି । ଆରଟିଓ ୧ରେ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ ଫିଟିନେସ୍ ପାଇଁ ଭିଡ ଜମାଇଛନ୍ତି ଗାଡି ଚାଳକ ।

ଗତ ୧୦ଦିନ ମଧ୍ୟରେ ଆରଟିଓ ୧ରେ ୮ ହଜାର ୩ଶହ ୬୬ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରାଯାଇଥିବା ବେଳେ ୨ ହଜାର ୧୪୪ ଡିଏଲ ଆବେଦନ କରାଯାଇଛି । ଗତ ୧ ବର୍ଷ ମଧ୍ୟରେ ଏହି ସଂଖ୍ୟା ମାତ୍ର ୫୦ ହଜାର ୪୨୭ ରହିଥିଲା ।

   Related Posts