୨୦ଟି ରୁଟ୍ରେ ବନ୍ଦ ହେବ OSRTC ବସ୍ ସେବା, ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ବୁକିଂ ହୋଇପାରିବନି ସ୍ଲଟ୍ : ପରିବହନ ମନ୍ତ୍ରୀ
13/06/2020 at 2:52 PM

ଭୁବନେଶ୍ବର ୧୩।୬: ରାଜ୍ୟର ୨୦ଟି ରୁଟ୍ ରେ ବନ୍ଦ ହେବ OSRTC ବସ୍ । ଏହିସବୁ ରୁଟ୍ ରେ ଏବେ ଯାତ୍ରୀମାନେ ଯାଉନଥିବାରୁ ବସ୍ ଚଳାଇବା ସମ୍ଭବ ନୁହେଁ । ମାତ୍ର ୪ରୁ ୫ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଏବେ ୬୨ଟି ରୁଟରେ ଚାଲିଛି OSRTC ବସ୍ । ସେହିପରି ଆନ୍ତଃରାଜ୍ୟ ବସ୍ ଚଳାଚଳ ନେଇ ନିଷ୍ପତ୍ତି ହୋଇନି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଆନ୍ତଃରାଜ୍ୟ ବସ୍ ଚଳାଚଳ ନେଇ ଏବେ ଲୋକଙ୍କର ଡିମାଣ୍ଡ ନାହିଁ କି ଏନେଇ ଅନ୍ୟ ରାଜ୍ୟ ସହ ଆଲୋଚନା ହୋଇନାହିଁ ।
ଏହାସହିତ ଡ୍ରାଇଭିଂ ଲାଇସେନ୍ସ ସ୍ଲଟ୍ ବୁକିଂ ନେଇ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ସେପ୍ଟେମ୍ବର ପୂର୍ବରୁ DL ଓ LL ପାଇଁ ନୂଆ ସ୍ଲଟ୍ ବୁକ୍ ହୋଇପାରିବନି । ଆଗରୁ ଯେଉଁମାନେ DL ଓ LL ସ୍ଲଟ୍ ବୁକ୍ କରିଥିଲେ ସେମାନଙ୍କର କାମ ଜୁଲାଇରୁ ଆରମ୍ଭ ହେବ । ସେପ୍ଟେମ୍ବରରୁ DL ଓ LL ପାଇଁ ନୂଆ ସ୍ଲଟ୍ ବୁକ୍ ଆରମ୍ଭ ହେବ । ପ୍ରାୟ ୨ ଲକ୍ଷ ୫୦ ହଜାର ଆବେଦନକାରୀ DL ଓ LL ସ୍ଲଟ୍ ବୁକିଂ କରିଛନ୍ତି।