Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ହୁକିଟୋଲା ଡଙ୍ଗାବୁଡି ଘଟଣା ; ମନ୍ତ୍ରୀ କହିଲେ ସଚେତନତା ଅଭାବରୁ ଘଟିଲା ଏଭଳି ଅଘଟଣ

3/01/2019 at 4:13 PM

ଭୁବନେଶ୍ବର ୦୩I୦୧: କେନ୍ଦ୍ରାପଡା ହୁକିଟୋଲାରୁ ପିକନିକ୍ ସାରି ଫେରୁଥିବା ବେଳେ ଡଙ୍ଗା ବୁଡି ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୭ ଜଣ ଶିଶୁ ରହିଛନ୍ତି । ଜଣେ ଶିଶୁ ଏବେବି ନିଖୋଜ ଅଛନ୍ତି ।

ଏ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ । ଡଙ୍ଗା ବୁଡି ଘଟଣାର ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସରକାରୀ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ୨ ଜଣିଆ ଟିମ୍ ଯାଇ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । ଘଟଣାସ୍ଥଳରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରଙ୍କର ନିୟମ କଡାକଡି କରାଯାଇଛି । କିନ୍ତୁ ସଚେତନତାର ଅଭାବ ଯୋଗୁଁ ଏପରି ଅଘଟଣ ଘଟିଛି । ଲୋକେ ସଚେତନ ହେବା ଦରକାର ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ତେବେ ଡଙ୍ଗା ବୁଡି ରୋକିବା ପାଇଁ ଉଦ୍ୟମ ଚାଲିଥିବା ମନ୍ତ୍ରୀ କହିଛନ୍ତି । 

ସୂଚନା ଅନୁସାରେ ନୂଆବର୍ଷରେ ପିକନିକ ପାଇଁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଂଚାୟତର ହସିଣା ଗାଁର ୫୫ଜଣ ଯାତ୍ରୀ ଏକ ଯନ୍ତ୍ର ଚାଳିତ ଡଙ୍ଗାରେ ପାରାଦ୍ବୀପ ଠାରୁ ହୁକିଟୋଲାକୁ ଯାଇଥିଲେ ପିକନିକ୍ ପାଇଁ ।ସେମାନେ ହୁକିଟୋଲାରେ ବଣଭୋଜି କରି ଫେରିବା ସମୟରେ ଏହି ଅଘଟଣ ଘଟିଛି । ହୁକିଟୋଲା ବଙ୍ଗୋପସାଗର ଚଟକାରୁ ବତୀଘର ଦେଇ ମହାନଦୀ ମୁହାଣକୁ ଆସିବା ବାଟରେ ନିପାଣିଆ ଠାରେ ଜଣେ ସ୍ତ୍ରୀ ଲୋକ ଶୌଚ ହେବାକୁ ଡଙ୍ଗା ରଖିବାକୁ କହିଥିଲେ । ସ୍ତ୍ରୀ ଲୋକଙ୍କ ସହିତ ଆଉ ଚାରିଜଣ ମଧ୍ୟ କୁଳକୁ ଆସିଥିଲେ । ଶୌଚ ସାରି ଡଙ୍ଗାରେ ସେମାନେ ଚଢିଥିଲେ । କୂଳରୁ ଡଙ୍ଗା କୁ ଠେଲି ଦେବା ସମୟରେ  ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଆବଶ୍ୟକତା ଠାରୁ ଯାତ୍ରୀ ଅଧିକ ଥିବାରୁ  ଏକପାଖିଆ ହୋଇଯାଇଥିଲା ।ଯାହାଫଳରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଡଙ୍ଗା । ଏହି ଦୁର୍ଘଟଣା ସଂଧ୍ୟା ପ୍ରାୟ ୬ଟାରୁ ସାଢେ ୬ଟା ମଧ୍ୟରେ ଘଟିଥିଲା । ନଦୀରେ ସେହି ସମୟରେ ଜୋରରେ ଜୁଆର ଥିବାରୁ ପାଣି ଶ୍ରୋତରେ ଭାସିଯାଇଥିଲେ ୧୦ ଜଣ ଯାତ୍ରୀ । ସ୍ଥାନୀୟ ନିପାଣିଅ ଗ୍ରାମବାସୀ ଲୋକଙ୍କ ଚିତ୍କାର ଶୁଣି ତୁରନ୍ତ ଉଦ୍ଧାର କାମ ଲାଗି ପଡିଥିଲେ ଛୋଟ ଡଙ୍ଗା ସାହାଯ୍ୟରେ ୪୫ଜଣଙ୍କୁ ଉଦ୍ଧାର କରିଥିଲେ  । ଖବର ପାଇ ପ୍ରଥମେ ବତିଘର ବନ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ୧୦ ଜଣଙ୍କର ଶବ ଉଦ୍ଧାର କରିଥିଲେ । ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଥିଲା ଗମନା ଗମନ ଅପହଞ୍ଚ ଯୋଗୁ ଅଗ୍ନିଶ୍ରମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚିବାକୁ ବିଳମ୍ବ ହୋଇଥିଲା । ଘଟଣା ସ୍ଥଳରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ଜିଲ୍ଲାପାଳ ଦାଶରଥି ଶତପଥୀ ,ଏସପି ନିତି ଶେଖର ପଂହଚି ଉଦ୍ଧାର କାର୍ଯ୍ୟକୁ ତ୍ବାରାନିତ କରିବା ସହ ଉଦ୍ଧାର ବ୍ୟକ୍ତିଙ୍କୁ ଖାଦ୍ୟ ସହ ଶୀତବସ୍ତ୍ର ପ୍ରଦାନ କରିଥିଲେ । ତେବେ ପର୍ଯ୍ୟଟନ ଋତୁରେ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ମୁଣ୍ଡରେ ଚେତା ପଶୁନି ।

   Related Posts