ରଥଯାତ୍ରା ବେଳେ ପୁରୀକୁ ଯାତ୍ରୀ ପରିବହନ ନେଇ ଉଚ୍ଚସ୍ତରୀୟ ବୈଠକ, ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Published By : Prameya-News7 Bureau | June 10, 2019 IST

କଟକ ୧୦।୬:   ରଥଯାତ୍ରାରେ ପୁରୀକୁ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ପରିବହନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଯାତ୍ରୀମାନଙ୍କ ପାଇଁ ଅଧିକ ବସ୍‌ ଚଳାଚଳର ସୁବିଧା, ଟ୍ରାଫିକ୍‌ ନିୟନ୍ତ୍ରଣ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ।

{"id":121883}

କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ କଟକରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ସମୟରେ ଅଧିକ ସଂଖ୍ୟକ ଯାତ୍ରୀଙ୍କ ଆଗମନକୁ ନଜରରେ ରଖି ଅଧିକ ସଂଖ୍ୟକ ବସ୍‌ଗୁଡ଼ିକୁ ଅସ୍ଥାୟୀ ପରମିଟ୍‌ ଦେବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ରାଜପଥରେ ଭିଡ଼ ନିୟନ୍ତ୍ରଣ ପାଇଁ ୪ଜଣ ଏମଭିଆଇ ଏବଂ ୪ଜଣ ଜୁନିଅର ଏମଭିଆଇଙ୍କୁ ଦାୟିତ୍ବ ଦିଆଯିବ । ବସ୍‌ମାଲିକ ମାନେ ଯେଭଳି ଯାତ୍ରୀଙ୍କୁ ଶୋଷଣ ନକରନ୍ତି ସେଥିପାଇଁ ସବୁ ବସ୍‌ରେ ରେଟ୍‌ ଚାର୍ଟ ମଧ୍ୟ ଲାଗିବ ।

{"id":121884}

ପରିବହନ ବିଭାଗର ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇଥିବା ଘରୋଇ ବସ ମାଲିକମାନେ ରଥଯାତ୍ରା ସମୟରେ କଟକ-ପୁରୀ ବସ୍‌ ଭଡ଼ାକୁ ୧୦ଟଙ୍କା ବୃଦ୍ଧି କରିବାକୁ ଦାବି କରିଥିଲେ । ହେଲେ ପରିବହନ କମିଶନର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନିର୍ଦ୍ଧାରିତ ବସ୍‌ ଭଡ଼ା ଠାରୁ ଅଧିକ ଭଡ଼ା ଆଦାୟ କଲେ ବସ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର ପରିବହନ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ।

{"id":121885}

ଘୋଷଯାତ୍ରା ପାଇଁ ପୁରୀକୁ ଅଧିକ ୨ଶହ ବସ ଚଳଚଳା ପାଇଁ ନିଷ୍ପତ୍ତି ନିଆଯାଇଛି । ପୁରୀ ତାଳବଣିଆରେ ଯାତ୍ରୀମାନଙ୍କ ପାଇଁ ବିଶ୍ରାମ କକ୍ଷ, ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯିବ । ଯାତ୍ରୀମାନଙ୍କୁ ଯିବା ଆସିବା ପାଇଁ ବସ୍‌ ସମ୍ପର୍କରେ ସୂଚନା ଦେବାକୁ ସେହିଠାରେ ଏକ ହେଲ୍ପଡେସ୍କ ରହିବ । ଭିନ୍ନକ୍ଷମଯାତ୍ରୀମାନଙ୍କୁ ତାଳବଣିଆ ବସଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ନେବା ଆଣିବା ପାଇଁ ଇ-ରିକ୍ସାର ବ୍ୟବସ୍ଥା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.