୩୦୦ ନୂଆ ବସ୍ କିଣିବ ପରିବହନ ବିଭାଗ, ଆସନ୍ତା ୩ ବର୍ଷ ପାଇଁ ବଡ ଯୋଜନା

Published By : Prameya-News7 Bureau | March 12, 2020 IST

ଭୁବନେଶ୍ୱର, ୧୨|୦୩:  ବାଣିଜ୍ୟ ଓ ପରିବହନ ବିଭାଗ ଆସନ୍ତା ୩ ବର୍ଷ ମଧ୍ୟରେ ଆହୁରି ୩୦୦ଟି ସରକାରୀ ବସ୍ ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ସରକାରୀ ବସ ପାଇଁ ୮୦ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି। ଏବେ ରାଜ୍ୟରେ ୪୧୪ଟି ସରକାରୀ ବସ ଚଳାଚଳ କରୁଛି।

ସେହିପରି ରାଜ୍ୟରେ ମୋଟ ୧୧୪୭୨ଟି ବସ ଚଳାଚଳ କରୁଛି। ଏହା ମଧ୍ୟରୁ ୧୦୫୧ଟି ବସ ରାଜ୍ୟ ସରକାର ଓ ସରକରାଙ୍କ ଅଧିନସ୍ଥ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ଚଳାଚଳ କରୁଥିବା ବେଳେ ବାକି ବସ୍ ଗୁଡିକ ବେସରକାରୀ ଭାବେ ଚାଲୁଛି।

ହାରାହାରି ଭାବେ ପ୍ରତି ୧ ଲକ୍ଷ ଯାତ୍ରୀଙ୍କ ପାଇଁ ୩୨ଟି ବସ ଚଳାଚଳ କରୁଛି। ଯାହା ଜାତୀୟ ହାରଠୁ ଅଧିକ। ଜାତୀୟ ସ୍ତରରେ ଏହା ୨୨ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.