ଟ୍ରାନ୍ସଲେଟର ମଧ୍ୟ ବୁଝି ପାରିଲେନି ରାହୁଲଙ୍କ ଇଂଲିଶ : ହସି ହସି ଗଡ଼ିଲେ ଲୋକେ, ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | April 17, 2019 IST

କେରଳ ୧୭/୪ : ଦକ୍ଷିଣ ଭାରତରେ ନିର୍ବାଚନ ପ୍ରଚାରରେ ଲାଗିଥିବା ନେତାମାନଙ୍କ ଟ୍ରାନ୍ସଲେଟର ବେଳେବେଳେ ଏମିତି କଥା କୁହନ୍ତି ଯାହାଫଳରେ ନେତାଙ୍କୁ ଥଟ୍ଟା ପରିହାସ କରିଥାନ୍ତି ଲୋକେ | ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା | ଗତକାଲି ରାହୁଲ ନିର୍ବାଚନ ପ୍ରଚାର ପାଇଁ କେରଳ ଯାଇଥିଲେ | ସେଠାରେ ଏକ ଗଣସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ରାହୁଲ | କିନ୍ତୁ ରାହୁଲଙ୍କ ଟ୍ରାନ୍ସଲେଟରଙ୍କ ଯୋଗୁଁ ସବୁ ଓଲଟପାଲଟ ହୋଇଯାଇଥିଲା ଏବଂ ଲୋକେ ପରିହାସ କରିଥିଲେ | ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

{"id":104308}


ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଇଂରାଜୀରେ ଭାଷଣ ଦେଉଥିଲେ | ତାଙ୍କ ଭାଷଣକୁ ସ୍ଥାନୀୟ ଭାଷାରେ ଟ୍ରାନ୍ସଲେଟ କରିବା ପାଇଁ ମଂଚ ଉପରେ ଜଣେ ଟ୍ରାନ୍ସଲେଟର ଉପସ୍ଥିତ ଥିଲେ | ସେ ଇଂରାଜୀରେ କହିଥିଲେ ଯେ, ମୋଦି ଦେଶର ଜନତାଙ୍କୁ କହୁଛନ୍ତି ଯେ, ମୋତେ ପ୍ରଧାନମନ୍ତ୍ରୀ ନୁହେଁ ଦେଶର ଚୌକିଦାର କରନ୍ତୁ | କିନ୍ତୁ ରାହୁଲଙ୍କ ଟ୍ରାନ୍ସଲେଟର ଏହା ବୁଝି ପାରିନଥିଲେ | ଏହି ଦୃଶ୍ୟ ଦେଖି ରାହୁଲ ମଧ୍ୟ ହସି ଦେଇଥିଲେ | ସେ ପୁଣିଥରେ ଟ୍ରାନ୍ସଲେଟର ପାଖକୁ ଯାଇ ସେହି ଲାଇନକୁ ଦୋହରାଇଥିଲେ | ତାପରେ ଟ୍ରାନ୍ସଲେଟର ରାହୁଲ କଥା ବୁଝି ପାରିଥିଲେ |

wp:core-embed/twitter {"url":"https://twitter.com/i/status/1118163775025111040","type":"rich","providerNameSlug":"twitter","className":""}
https://twitter.com/i/status/1118163775025111040
/wp:core-embed/twitter


ଏହାପରେ ରାହୁଲ କହିଥିଲେ ଯେ, ମୋଦି ଦେଶର ଜନତାଙ୍କ ଭୋଟ ପାଇଥିଲେ | କିନ୍ତୁ ଦେଶ ବଦଳରେ ଅନିଲ ଅମ୍ବାନୀଙ୍କ ଚୌକିଦାର ହୋଇଛନ୍ତି | ରାହୁଲଙ୍କ ଏହି ଲାଇନ ମଧ୍ୟ ଟ୍ରାନ୍ସଲେଟର ବୁଝି ପାରିନଥିଲେ | ରାହୁଲ ପୁଣିଥରେ ଟ୍ରାନ୍ସଲେଟରଙ୍କ ପାଖକୁ ଯାଇ ସେହି ଲାଇନ ଦୋହରାଇଥିଲେ | କିନ୍ତୁ ତଥାପି ଟ୍ରାନ୍ସଲେଟର ତାଙ୍କ କଥା ବୁଝି ପାରିନଥିଲେ | ରାହୁଲ ନିଜ ହସକୁ ଆଉ ଅଟକାଇ ପାରିନଥିଲେ ଏବଂ ମଂଚ ଉପରେ ହସି ଦେଇଥିଲେ |


ଆଗକୁ ରାହୁଲ କହିଲେ ଅନିଲ ଅମ୍ବାନୀ କେବେ ଏୟାର କ୍ରାଫ୍ଟ ତିଆରି କରିନଥିଲେ | ତାଙ୍କୁ ମୋଦି ୩୦ ହଜାର କୋଟି ଦେଇଛନ୍ତି | ମୋଦି ବିଶ୍ୱର ସବୁଠାରୁ ବଡ ଡିଫେନ୍ସ କଣ୍ଟ୍ରାକ୍ଟ ଅମ୍ବାନୀଙ୍କୁ ଦେଇଛନ୍ତି | ଏହି ଲାଇନ ମଧ୍ୟ ତାଙ୍କ ଟ୍ରାନ୍ସଲେଟର ବୁଝି ପାରିନଥିଲେ | ଏହାପରେ କିନ୍ତୁ ରାହୁଲ ଟ୍ରାନ୍ସଲେଟର ପାଖକୁ ଆସିନଥିଲେ | ବରଂ ସେ ନିଜେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ | ରାହୁଲଙ୍କ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଟ୍ରଲ କରି ତାଙ୍କୁ ପରିହାସ କରାଯାଇଛି | ମଂଚ ଉପରେ ଯାହାସବୁ ଜନତା ଦେଖିଲେ ହସି ହସି ଗଡିଗଲେ | ସୋସିଆଲ ମିଡ଼ିଆ ୟୁଜର ରାହୁଲଙ୍କୁ ଦୁନିଆର ସବୁଠାରୁ ଭଲ ହାସ୍ୟ ଅଭିନେତା ବୋଲି କହୁଛନ୍ତି | ସୋସିଆଲ ମିଡ଼ିଆରେ କୁହାଯାଉଛି ଯେ, କପିଳ ଶର୍ମା ଶୋ' ବଦଳରେ ରାହୁଲ ଗାନ୍ଧୀ ଶୋ' ଚାଲିବା କଥା |

{"id":104309,"width":574,"height":431}


ମଂଚ ଉପରେ ରାହୁଲ ଗାନ୍ଧୀଙ୍କ ପଛପଟେ ଛିଡା ହୋଇଥିବା ତାଙ୍କର ଦେହରକ୍ଷୀଙ୍କ ପ୍ରତିକ୍ରିୟା ଦେଖି ମଧ୍ୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି | ଲୋକେ କହିବାନୁଯାୟୀ ଏତେ ମଜାଳିଆ ଦୃଶ୍ୟରେ ମଧ୍ୟ ରାହୁଲଙ୍କ ଦେହରକ୍ଷୀଙ୍କ ମୁହଁରେ ଟିକିଏ ହସ ନଥିଲା | ସେମାନେ କେମିନି ନ ହସି ସେଠାରେ ଛିଡା ହୋଇରହି ପାରିଲେ ସେନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.