ଥାନା ସାମ୍ନାରେ କିନ୍ନରଙ୍କ ହୋହାଲ୍ଲା: କହିଲେ, 'ଆମେ ଭିକ୍ଷାବୃତ୍ତି କରି ଚଳୁଛୁ, ହେଲ୍‌ମେଟ କିଣିବା ପାଇଁ ଟଙ୍କା ନାହିଁ'

Published By : Prameya-News7 Bureau | September 23, 2020 IST

ବାଲେଶ୍ବର୨୩/୯: ରାସ୍ତାରେ କିନ୍ନରମାନଙ୍କ ଉନ୍ମତକାଣ୍ଡ। ବିନା ହେଲ୍‌ମେଟରେ ସ୍କୁଟି ଚଳାଇ ଯିବା ସମୟରେ ଜଣେ କିନ୍ନରଙ୍କୁ ପୋଲିସ୍‌ ଅଟକାଇଥିଲା। ଗାଡି ଚଳାଇବା ବେଳେ ହେଲ୍‌ମେଟ‌ କାହିଁକି ବ୍ୟବହାର କରୁ ନାହାନ୍ତି ବୋଲି ପୋଲିସ୍‌ ତାଙ୍କୁ ପଚାରିଥିଲା। ଏହି କଥାକୁ ନେଇ କିନ୍ନର ଏବଂ ପୁଲିସ୍ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।କିନ୍ନର ଜଣଙ୍କୁ ପୁଲିସ୍‌ ଆଙ୍ଗୁଳି ଦେଖାଇ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ରକରି କିନ୍ନରମାନେ ଏକତ୍ରିତ ହୋଇ ଥାନା ସାମ୍ନାରେ ହୋହାଲ୍ଲା କରିଥିଲେ।ପୁଲିସ୍‌ ଏବଂ ସ୍ଥାନୀୟ ଲୋକ କିନ୍ନରମାନଙ୍କୁ ବୁଝାସୁଝା କରିବା ପରେ ଥାନା ସାମ୍ନାରୁ ସେମାନେ ହଟିଥିଲେ।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୧୧ଟା ସମୟରେ ଥାନା ସମ୍ମୁଖରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।ଅନ୍ୟପଟେ କିନ୍ନରମାନେ କହିଛନ୍ତି ଯେ, ଆମେ ଭିକ୍ଷାବୃତ୍ତି କରି ପେଟ ପୋଷୁଛୁ, ହେଲ୍‌ମେଟ କିଣିବା ଲାଗି ଆମ ପାଖରେ ଟଙ୍କା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.