CAPFରେ ଶୀଘ୍ର ସାମିଲ ହେବେ ଟ୍ରାନ୍ସଜେଣ୍ଡର ? ବିଚାର କରୁଛି ମନ୍ତ୍ରଣାଳୟ

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ ୦୨।୦୭: ଭାରତୀୟ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ପୋଲିସ ବଳ(CAPF)କୁ ସହାୟକ କମାଡେଣ୍ଟ ଭାବେ ଟ୍ରାନ୍ସଜେଣ୍ଡରଙ୍କୁ ଭର୍ତ୍ତି କରାଯିବା ବିଷୟରେ ପଚାରିଛି। ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ(CRPF),  କେନ୍ଦ୍ରୀୟ ଅଦୌଗିକି ସୁରକ୍ଷା  ବଳ(CISF), ଭାରତ-ତିବ୍ବତ ସୀମା ପୋଲିସ୍(ITBP) ଓ ସଶସ୍ତ୍ର ସୀମା ବଳ(SSB)ରେ ଅଧିକାରୀ ଭାବେ ଟ୍ରାନ୍ସଜେଣ୍ଡରଙ୍କୁ ଭର୍ତ୍ତି କରିବା ଉପରେ ଯୋଜନା ପ୍ରସ୍ତୁତ କରୁଛନ୍ତି।

ସୁରକ୍ଷା ପ୍ରତିଷ୍ଠାନ ମୁତାବକ କେନ୍ଦ୍ର ସରକାର ପ୍ରୋଟେକ୍ସ ଅଫ ରାଇଟ୍‌ ଆଧାରରେ ଗତ ବର୍ଷ ଡିସେମ୍ବରରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସମସ୍ତ ପୋଲିସକର୍ମୀ ଓ ଲଢୁଆ ପୋଲିସ ସେବା ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ  କରିବାକୁ କୁହାଯାଇଥିଲା। ସିଏପିଏଫର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି, ଯେ ଚ୍ୟାଲେଞ୍ଜିଂକୁ ସମ୍ମୁଖୀନ ହେବାକୁ ସାମର୍ଥ୍ୟ ରଖୁଥିବା ଟ୍ରାନ୍ସଜେଣ୍ଡରଙ୍କୁ କଣ ଅଫିସର ରାଙ୍କରେ ରଖାଯାଇ ପାରିବ ସେ ନେଇ ବିଚାର ବିମର୍ଶ ଚାଲିଛି।

ଏହା ପୂର୍ବରୁ ମଧ୍ୟ ସମସ୍ତ ପରୀକ୍ଷଣ ପରେ ମହିଳାଙ୍କୁ ମଧ୍ୟ ସୁରକ୍ଷାବଳରେ ସୁଯୋଗ ଦିଆଯାଇଥିଲା। ସେମାନଙ୍କୁ ସାମର୍ଥ୍ୟ ହିସାବରେ ଚୟନ କରାଯାଇଥିଲା। ଏବେ ଟ୍ରାନ୍ସଜେଣ୍ଡରଙ୍କୁ ସୁଯୋଗ ଦେବାକୁ ପ୍ରସ୍ତୁତି କରାଯାଉଛି। ସେମାନଙ୍କର ପ୍ରୋଫାଇଲ ଅଲଗା ପ୍ରସ୍ତୁତ କରାଯାଉଛି।

ସିଏପିଏଫର କମାଣ୍ଡରଙ୍କ ଅନୁଯାୟୀ, ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସୈନିକ କାର୍ଯ୍ୟ କରିବା ମୁସ୍କିଲ ମାତ୍ର ମହିଳାଙ୍କ ପରି ସେମାନେ ସେନାରେ ସହଯୋଗୀ ଏବଂ କମାଣ୍ଡରଙ୍କ ସହିତ ମିଶି କି କାମ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.