Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଣିକି ଟ୍ରେନରେ କିନ୍ନରଙ୍କ ଉପରେ ଲାଗିବ ରୋକ, ପେଷାଦାର ଲୁଟେରା ଚିହ୍ନଟ ପାଇଁ ଗଠନ ହେବ ଟିମ୍

ଭୁବନେଶ୍ବର୨୬|୬: ଏଣିକି କିନ୍ନରଙ୍କ ଉପରେ ଲାଗିବ ରୋକ। ଟ୍ରେନ ଯାତ୍ରୀଙ୍କୁ  କରି ପାରିବେନି ହଇରାଣ ହରକତ। ଟ୍ରେନ ଯାତ୍ରୀଙ୍କ ସୁରକ୍ଷା ନେଇ  ସମନ୍ବୟ  ରଖି କାମ  କରିବ ଜିଆରପି , ଆରପିଏଫ ଓ  ସ୍ଥାନୀୟ ପୋଲିସ । ସେପଟେ ନିଶାଦିଆ ଲୁଟେରା , ପେସାଦାର ଅପରାଧୀଙ୍କୁ ଚିହ୍ନଟ ପାଇଁ   ଗଠନ ହେବ  ଟିମ।

ଟ୍ରେନରେ ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କଉପରେ ଲାଗିବ ରୋକ।  ଟ୍ରେନ ଯାତ୍ରା ସମୟରେ ଯାତ୍ରୀଙ୍କଠାରୁ  ଟଙ୍କା ଆଦାୟ  କରୁଥିବା କିନ୍ନରଙ୍କ ଉପରେ  କଟକଣା ଲଗାଯିବ। ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଠାରୁ  ଜୋରଜବରଦସ୍ତ ଟଙ୍କା ଆଦାୟ କରି ପାରିବେନି କିନ୍ନର। ଷ୍ଟେସନକୁ  ନ ଆସିବାକୁ   କିନ୍ନରଙ୍କୁ  ବୁଝାଇବ ପୋଲିସ।ଟ୍ରେନରେ ପଶି ଯାତ୍ରୀଙ୍କୁ ଜୋର ଦବରଦସ୍ତ  ଯାତ୍ରୀଙ୍କୁ ପଇସା ମାଗୁଛନ୍ତି।   ପଇସା ନଦେଲେ  ଖରାପ  ଦୁର୍ବବ୍ୟହାର କରିବାକୁ  ବି ପଛଉନାହାନ୍ତି। କିନ୍ନର ମାନଙ୍କ ବସ୍ତିକୁ ଯାଇ  ଷ୍ଟେସନ  ନଯିବାକୁ  ପୋଲିସ ବୁଝାଇବ।  ଦିନକୁ  ଦିନକୁ ରେଳଷ୍ଟେସନରେ ଅପରାଧିକ କାର୍ଯ୍ୟକଳାପ  ବହୁଥିବାରୁ ରେଳ ଯାତ୍ରୀଙ୍କ  ସୁରକ୍ଷାନେଇ  ପୋଲିସି ଡିଜି କରିଥିବା  ସୁରକ୍ଷାବୈଠକରେ ଏହି ନିଷ୍ପତି  ନିଆଯାଇଛି। ସେପଟେ ଏହି ନିଷ୍ପତ୍ତିକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛି  କିନ୍ନର ମହାସଂଘ। ଟ୍ରେନରେ କିନ୍ନରଙ୍କ   ଭିକ୍ଷାବୃତ୍ତି  ନିଶ୍ଚୟ ନିନ୍ଦନୀୟ କିନ୍ତୁ କିନ୍ନର  ମାନଙ୍କୁ ରୋଜଗାର  ​​‌ ପନ୍ଥା ଯୋଗାଇ ଦେବାକୁ ଦାବି କରିଛି କିନ୍ନର ମହାସଂଘ।

ସେପଟେ ରେଳ ଯାତ୍ରା ସମୟରେ ଟ୍ରେନରେ ଲୁଟପାଟ କରୁଥିବା   ଅଭ୍ୟାସଗତ  ଲୁଟେରାଙ୍କୁ  ଚିହ୍ନଟ ପାଇଁ ଗଠନ ହେବ ଟିମ। ଷ୍ଟେସନରେ କିନ୍ନର ଓ ଲୁଟେରା ଗ୍ୟାଙ୍ଗଙ୍କ‌​‌ ଦୈରାତ୍ମ୍ୟ ବଢିବାରେ ଲାଗିଛି।। ଟ୍ରେନ ଯାତ୍ରୀ ମାନେ ଷ୍ଟେସନ ଭିତରେ ବାହାରେ ଲୁଟପାଟ ଶିକାର  ହେଉଛନ୍ତି। ବିଶେଷ କରି ଭୁବନେଶ୍ବର ରେଳ ଷ୍ଟେସନ କୁ ଦିଲ୍ଲୀ , ଚେନ୍ନାଇ, ବାଙ୍ଗାଲୋର ରୁ  ଆସୁଥିବା   ବିଭିନ୍ନି ଟ୍ରେନ ଯାତ୍ରୀଙ୍କୁ ଲୁଟେରା ମାନେ ଟାର୍ଗେଟ କରିଥାନ୍ତି।  ପ୍ରଶାନ୍ତି ଏକ୍ସପ୍ରେସ, କୋଣାର୍କଏକ୍ସପ୍ରେସ  ଭଳି ବିଭିନ୍ନ ଟ୍ରେନ ଯାତ୍ରୀଙ୍କୁ ଲୁଟେରା  ଗ୍ୟାଙ୍ଗ  ଟାର୍ଗେଟ କରୁଛନ୍ତି। ଟ୍ରେନ ଯାତ୍ରା ସମୟରେ ହେଉ  ଅବା  ଷ୍ଟେସନ ବାହାରେ ଯାତ୍ରୀ ସମ୍ପର୍କ ଯୋଡି   ପାନ,  ଚା, ମିଠା, ବିସ୍କୁଟ କିମ୍ବା କୋଲଡ ଡ୍ରୀଙ୍କସରେ ନିଶା ମିଶାଇ ଲୁଟ କରିଥାନ୍ତି। ଲୁଟେରାଙ୍କୁ ସାବାଡ କରିବାକୁ ଆରପିଏଫ, ଜିଆରରପିଙ୍କୁ ନେଇ  ଟିମ ଗଠନ କରାଯାଇଛି। ଲୁଟେରା ମାନଙ୍କ ଲିଙ୍କରେ ଥିବା ଅଟୋ ଡ୍ରାଇଭର,   ଓୗଷଧ ଦୋକାନୀଙ୍କୁ ଚିହ୍ନଟ କରାଯାଇ  କାର୍ଯ୍ୟାନୁଷ୍ଠାନ ନିଆଯିବ।    ଗତ   କିଛି ଦିନହେଲା  କ୍ୟାପିଟାଲ ହସପିଟାଲରେ  ନିଶା ଦିଆ ଲୁଟର ଶିକାର ହୋଇଥିବା ବ୍ୟକ୍ତି  ସଂଖ୍ୟା ବଢିଥିବା କହିଛନ୍ତି  ସହାୟ ଅନୁଷ୍ଠାନ ସଂପାଦକ।

​‌ରେଳ ଯାତ୍ରୀଙ୍କ ସୁରକ୍ଷା ପ୍ରତି  ପ୍ରଶାସନ ଅଧିକ ସୁରକ୍ଷା ଯୋଗଇଦେବାକୁ ଦାବି  ହୋଇଛି।

129 Views

   ସମ୍ବନ୍ଧିତ ଖବର