କିନ୍ନର ସିକ୍ୟୁରିଟି ଗାର୍ଡ - ଏବେ ତାଳି ମାରି ପାଇସା ମାଗି ନୁହଁ ସ୍ୱାଭିମାନର ସହ ବଞ୍ଚୁଛନ୍ତି ଏମାନେ

Published By : Prameya-News7 Bureau | November 30, 2019 IST

ମାଲକାନଗିରି ୩୦।୧୧ -  ଦିନେ ତାଳି ମାରି ଲୋକଙ୍କ ପାଖରେ ହାତ ପତେଇ ଟଙ୍କା ମାଗୁଥିବା କିନ୍ନର ମାନେ କିନ୍ତୁ ଏବେ ହୋଇ ପାରିଛନ୍ତି ସିକ୍ୟୁରିଟି ଗାର୍ଡ । ହାତରେ ବାଡି ଓ ହୁଇସିଲ ଧରି ଶାଢୀ ଛାଡିଥିବା କିନ୍ନର ମାନେ ଏବେ ସୁରକ୍ଷା କର୍ମୀଙ୍କ ଭଳି ପୋଷାକ ପିନ୍ଧି ଡାକ୍ତର ଖାନାର ଯୋଗାଉଛନ୍ତି ସୁରକ୍ଷା । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ।

{"id":192235,"sizeSlug":"large"}

ଓଠରେ ଲିପ୍ ଷ୍ଟିକ୍  ଓ ପାଦରେ ଅଳତା ଲଗାଇ ମହିଳାଙ୍କ ପରି ଶାଢୀ ପିନ୍ଧି ନିଜକୁ ସଜେଇ ହେଉଥିବା ମାଲକାନଗିରି ଜିଲ୍ଲାର ଏହି କିନ୍ନର ମାନଙ୍କୁ ଆଉ ତାଳି ମାରି ଲୋକଙ୍କ ପାଖରେ ହାତ ପତେଇବାକୁ ପଡିବ ନାହି । ସମାଜର ତୃତୀୟ ଲିଙ୍ଗ କୁହାଯାଉଥିବା କିନ୍ନରମାନଙ୍କୁ ପୁର୍ବରୁ ଲୋକେ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ ।

{"id":192236,"sizeSlug":"large"}

ହେଲେ ସେମାନଙ୍କୁ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ଅଭିନବ ପନ୍ଥା ଅବଲମ୍ବନ କରିଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏହି କିନ୍ନର ମାନଙ୍କୁ ବୈଷୟିକ ଜ୍ଞାନ ପ୍ରଦାନ କରିବ । ଲାଗି ସ୍ଵତନ୍ତ୍ର ଭାବେ ତାଲିମ ଦିଆଯାଛି । ଟ୍ରେନିଙ୍ଗ ପାଇବା ପରେ ବଦଳି ଯାଇଛି କିନ୍ନର ମାନଙ୍କ ବେଶ ଭୁଷା, ଶାଢି ବଦଳରେ ସୁରକ୍ଷା କର୍ମୀଙ୍କ ଡ୍ରେସ ପିନ୍ଦି ହାତରେ ବାଡି ଓ ହୁଇସିଲ ଧରି ଜିଲ୍ଲା ସଦର ଚିକିତ୍ସାଳୟରେ ସିକୁରିଟି ଗାର୍ଡ ଭାବେ ପାଇଛନ୍ତି ନିଯୁକ୍ତି । ୭ ମହଲା ବିଶିଷ୍ଟ ଏହି ଜିଲ୍ଲା ସଦର ଚିକିତ୍ସଳୟର ମୁଖ୍ୟ ଫାଟକ ସହ ଲିଫ୍ଟରେ ସୁରକ୍ଷା ପ୍ରଦାନ କରିବା ଠାରୁ ଆରମ୍ଭ କରି ଲେବର ରୁମ ଓ ଓଟି ଭଳି ଜରୁରି କାଳିନ କକ୍ଷରେ ପହରା ଦେବା  ସହ ଓ ରୋଗିଙ୍କ ରୁମକୁ ମଧ୍ୟ  ସ୍ୟୁକିରିଟି ଦେଉଛନ୍ତି ଏମାନେ ।

ଗୋଟିଏ ପଟେ ଜିଲ୍ଲା ସଦର ଚିକିତ୍ସାଳୟରେ କିନ୍ନର ମାନଙ୍କ ଏଭଳି ସେବା ଦେଖି ରୋଗି ମାନେ ଖୁସି ଅନୁଭବ କରୁଥିବା ବେଳେ ରୋଗିଙ୍କ  ମୁଖର ହସ ଦେଖି କିନ୍ନର ମାନେ ମଧ୍ୟ ଭିନ୍ନ ଅନୁଭବ କରୁଛନ୍ତି । ଦୂର୍ଗା ଓ ସୋନାଲିଙ୍କ ଭଳି ଜିଲ୍ଲାର ଅନେକ କିନ୍ନରଙ୍କୁ ସେମାନଙ୍କ ଦକ୍ଷତା ଅନୁଯାଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ବୈଶୟିକ ତାଲିମ ପ୍ରଦାନ କରାଯାଇଛି ।

{"id":192239,"sizeSlug":"large"}

ସେମାନଙ୍କ ମଧ୍ୟରୁ ୫ ଜଣ କିନ୍ନର ଏବେ ଜିଲ୍ଲା ସଦର ଚିକିତ୍ସାଳୟରେ ସିକୁରିଟି ଗାର୍ଡ ଭାବେ ନିଯୁକ୍ତି ପାଇଛନ୍ତି । ମାସକୁ ୬ ହଜାର ଟଙ୍କା ଦରମା ପାଉଥିବା ଏହି କିନ୍ନର ମାନେ ଏବେ ଡାକ୍ତରଖାନା ଭିତରେ ସ୍ୟୁକିରିଟି ଗାର୍ଡ ଭାବେ କାର୍ଯ୍ୟ କରି ସମାଜ ପାଇଁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି ।

{"id":192240,"sizeSlug":"large"}

ଅନ୍ୟମାନଙ୍କୁ ମଧ୍ୟ ଏପରି ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରିବାର ଲକ୍ଷ ରଖିଛି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ।  

ବଦଳିଛି ସମୟ ଆଉ ବଦଳିଛି କିନ୍ନର ମାନଙ୍କ ଆଖିର ଭାଷା । କାରଣ ସମାଜରେ କଳଙ୍କ ନେଇ ବଞ୍ଚୁଥିବା କିନ୍ନରଙ୍କ ପାଇଁ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମ ଏବେ ସେମାନଙ୍କ ଲାଗି ଆଶାର ଆଲୋକ ହେବ ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.