ବଜାରକୁ ଟ୍ରାନ୍ସଜେଣ୍ଡରଙ୍କ ପ୍ରବେଶ ଉପରେ ଲାଗିଲା କଟକଣା, ଜାଣନ୍ତୁ କେଉଁଠି

Published By : Prameya-News7 Bureau | September 28, 2019 IST

ସୁରଟ: ଗୁଜରାଟର ସୁରଟ ସହରରେ ଏକ ବଜାର ଟ୍ରାନ୍ସଜେଣ୍ଡରଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଛି। ବ୍ୟବସାୟୀ ସଂଘ ଏହି କଟକଣା ଲାଗୁ କରିଥିବା ବେଳେ ସ୍ଥାନୀୟ କିନ୍ନର ସଂଘ ଏହାକୁ ବିରୋଧ କରିଛି। ଜଣକର ଭୁଲଲାଗି ଏପରି କଟକଣା ସମସ୍ତଙ୍କୁ ଦଣ୍ଡିତ କରାଯିବା ଭଳି ହୋଇଥିବା କିନ୍ନର ସଂଘ କହିଛି। ତେବେ କିନ୍ନରମାନେ ଜନୈକ ବ୍ୟକ୍ତିଙ୍କୁ ପିଟିପଟି ହତ୍ୟା କରିବା ଯୋଗୁ ଜାପାନ ମାର୍କେଟର ବ୍ୟବସାୟୀ ମାନେ ଏଭଳି କଟକଣା ଜାରି କରିଛନ୍ତି । ମାର୍କେଟର କାନ୍ଥବାଡରେ ଏ ନେଇ ପୋଷ୍ଟର ମଧ୍ୟ ଲଗାଇ ଦିଆଯାଇଛି।

{"id":163874}

ମାର୍କେଟର ସଭାପତି ଏଲ.ଶର୍ମା ପ୍ରତିବନ୍ଧକକୁ ନେଇ କହିଛନ୍ତି ଯେ କିନ୍ନରମାନେ ବଜାରରେ ସ୍ଥାନୀୟ ଲୋକଙ୍କୁ ହଇରାଣ କରୁଛନ୍ତି। ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ କରାନଗଲେ ସେମାନେ ସୁଧୁରିବେ ନାହିଁ ବୋଲି କହିଛନ୍ତି। ତେବେ ବଜାରର ବ୍ୟବସାୟୀଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ କିନ୍ନରମାନେ ଅନୁଚିତ ବୋଲି କହିଛନ୍ତି। ବଜାରରୁ ହେଉଥିବା ରୋଜଗାରରେ ଆମ ପରିବାର ଚଳୁଛି। ଏଣୁ କଟକଣା ଯୋଗୁ ସମସ୍ତେ ବ୍ୟଥିତ ବୋଲି କିନ୍ନରମାନେ କହିଛନ୍ତି।

{"id":163875,"width":579,"height":421}

ଘଟଣାରୁ ପ୍ରକାଶ ଯେ ଜାପାନ ମାର୍କେଟର ଜନୈକ ବ୍ୟବସାୟୀ ଗହରୀଲାଲ ଖଟିକଙ୍କ ଘରେ ଏକ ପୁଅ ଜନ୍ମ ହୋଇଥିଲା। ସୂଚନା ପାଇ ନେଗ ମାଗିବାକୁ କିନ୍ନରମାନେ ତାଙ୍କ ଘରକୁ ଯାଇଥିଲେ। କିନ୍ନରମାନେ ନେଗ ଲାଗି ୧୧ ହଜାର ଟଙ୍କା ଦାବି କରିଥିଲେ। ହେଲେ ଗହରୀଲାଲ ୨ହଜାର ଏକ ଶହ ଟଙ୍କା ଦେବାକୁ କହିଥିଲେ। ଏହି କଥାକୁ ନେଇ କିନ୍ନର ଓ ଗହରୀଲାଲଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ କିନ୍ନରମାନେ ଗହରୀଲାଲଙ୍କୁ ନିସ୍ତୁକ ମାଡ ମାରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ମାର୍କେଟର ବ୍ୟବସାୟୀମାନେ ବ୍ୟଥିତ ହୋଇ କିନ୍ନରଙ୍କ ଲାଗି ମାର୍କେଟ ଅଞ୍ଚଳରେ ପ୍ରବେଶ ନିଷେଧ ଲଟକା ଟଙ୍ଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.