କିନ୍ନରଙ୍କୁ ମିଳିବ ଭତ୍ତା, ମଧୁବାବୁ ପେନ୍ସନ୍ ଯୋଜନାରେ ହେଲେ ସାମିଲ୍
3/07/2020 at 12:19 PM

ଭୁବନେଶ୍ବର ୩।୭: ସାମାଜିକ ସୁରକ୍ଷା ଯୋଜନାରେ କିନ୍ନର ସାମିଲ । ଏଣିକି ମଧୁବାବୁ ପେନସନ୍ ଯୋଜନାରେ କିନ୍ନର ଭତ୍ତା ପାଇବେ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।
ତୃତୀୟ ଲିଙ୍ଗୀଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ସାମିଲ ହେବାକୁ ହେଲେ ଓ୍ବେବସାଇଟ୍ କିମ୍ବା ଫର୍ମରେ ସେମାନେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ ।
ଅନ୍ୟପଟେ ମଧୁବାବୁ ପେନସନ୍ ଯୋଜନା ହିତାଧିକାରୀଙ୍କୁ ହଜାରେ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଟଙ୍କା ଆସିସାରିଛି ଏବଂ ଖୁବ୍ ଶୀଘ୍ର ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିରେ ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021