Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବିଧାନସଭା ଓ ଲୋକସଭା ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି କିନ୍ନର

16/03/2019 at 5:35 PM

ଭୁବନେଶ୍ବର ୧୬/୩: ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି । କିନ୍ତୁ କୌଣସି ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । କାହାକୁ ମିଳିବ ଟିକେଟ୍ କାହାର କଟିବ ପତ୍ତା ତାକୁ ନେଇ ଜୋରଦାର ଚର୍ଚ୍ଚା । ନବୀନ ନିବାସ ହେଉ କି ବିଜେପି, କଂଗ୍ରେସ ଅଫିସ ସବୁଠି ଆଶାୟୀଙ୍କ ଲମ୍ବା ଧାଡି । ଏତିକି ବେଳେ ପଲିଟିକ୍ସକୁ ମନ ବଳାଇଛନ୍ତି କିନ୍ନର । … 

ପାୱାର ବା କ୍ଷମତା କାହାକୁ ବା ଭଲ ନଲାଗେ । ସାଧାରଣ ନିର୍ବାଚନ ପାଇଁ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ପଲିଟିକ୍ସକୁ ମନ ବଳାଇଛନ୍ତି କିନ୍ନର । ଲୋକସଭା ପାଇଁ ବିଜୁ ଜନତା ଦଳ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି । କିନ୍ତୁ କିନ୍ନରଙ୍କ କଥା କେମିତି ଭୁଲିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କେବଳ ବିଜେଡି କାହିଁକି ବିଜେପି, କଂଗ୍ରେସ ମଧ୍ୟ କିନ୍ନରମାନଙ୍କ କ୍ଷେତ୍ରରେ କାହିଁକି ଉଦାରତା ଦେଖାଉ ନାହାନ୍ତି ବୋଲି କ୍ଷୋଭର ସହ କହିଛି କିନ୍ନର ସମାଜ ।

ଜଣେ କିନ୍ନରର ଦୁଃଖ ଆଉ ଜଣେ କିନ୍ନର ହିଁ ବୁଝିପାରିବ । ପ୍ରତିଦିନ ଦୁଃଖକୁ ସାଥୀ କରି ବଞ୍ଚୁଥିବା କିନ୍ନର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି । କଟକରେ ଅନେକ ଶିକ୍ଷିତ ଓ ଯୋଗ୍ୟ ପ୍ରାର୍ଥୀ ଥିବା ସେମାନେ କହିଛନ୍ତି । ତେଣୁ ପ୍ରାର୍ଥୀ ଘୋଷଣା ପୂର୍ବରୁ ରାଜନୈତିକ ଦଳମାନେ କିନ୍ନରଙ୍କ କଥାକୁ ବିଚାରକୁ ନେବାକୁ ସେମାନେ ଦାବି କରିଛନ୍ତି ।

   Related Posts