Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

କିନ୍ନର ହେଲେ ଜଜ୍, ୫୦ ଟଙ୍କାରେ ଦେହ ବେପାର କରୁଥିଲେ, ଲୋକେ ଡାକୁଥିଲେ କଣ୍ଡୋମ ମାଉସୀ…ଲୋମଟାଙ୍କୁରା ସଂଘର୍ଷର କାହାଣୀ

5/02/2019 at 3:17 PM

ଜଲପାଇଗୁଡି୫|୨: ଲାଇବ୍ରେରି ସାଇଂସରେ ସ୍ନାତକ କରିଥିବା କିନ୍ନର ସୁମି ଦାସ ଏବେ ଲୋକ ଅଦାଲତର ଜଜ୍ ନିଯୁକ୍ତ ହୋଇଛନ୍ତି। ଜଲପାଇଗୁଡିର ଏହି ସୁମି ମାଉସୀଙ୍କର ସଂଘର୍ଷର କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଯିବ। ତାଙ୍କ ସଫଳତାର କାହାଣୀ ପାଇଁ ଜଲପାଇଗୁଡିରେ ସେ ବେଶ ଚର୍ଚ୍ଚିତା। ଜଜ ହେଲା ପରେ ନିଜ ଭଳି କଷ୍ଟ ଭୋଗୁଥିବା ଲୋକଙ୍କୁ ସେ ସମ୍ମାନ ଓ ରୋଜଗାର ଦେବାରେ ସାହାଯ୍ୟ କରୁଛନ୍ତି।

ପିଲା ବେଳୁ ସୁମିଙ୍କ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ସୁମି ଦାସ ପୁଅ ଭାବେ ଜନ୍ମ ହୋଇଥିଲେ, କିନ୍ତୁ ପରେ ତାଙ୍କ ଚାଲିଚଳନ ଓ ହାବ-ଭାବ ଅନ୍ଦାଜରୁ  ଜଣେ ଝିଅ ବୋଲି ସେ ଅନୁଭବ କରିଥିଲେ। ଏହା ସହ ଧିରେ ଧିରେ ତାଙ୍କର ଶରୀରିକ ପରିବର୍ତ୍ତନ ହୋଇଥିଲା। ସୁମି ତାଙ୍କ ମାଁ ବାପାଙ୍କର ଏକ ମାତ୍ର ସନ୍ତାନ, ସେଥିପାଇଁ ଘରେ ସେ ବହୁତ ଗେହ୍ଲା ଥିଲେ।

ଅନ୍ୟ ଲୋକଙ୍କଠୁ ଅଲଗା ବୋଲି ଯେତେବେଳେ ମାଁ ବାପା ଜାଣିଲେ ସେତେବେଳେ ସେମାନେ ମଧ୍ୟ ଦୁରେଇ ଗଲେ । ସ୍କୁଲରେ ସମସ୍ତେ ତାଙ୍କୁ ଥଟ୍ଟା କରୁଥିଲେ ଏବଂ ହସୁଥିଲେ। ତାଙ୍କ ସହ ଭେଦଭାବ ଆରମ୍ଭ ହୋଇଥିଲା।  ଏହି ସବୁ କାରଣରୁ ୧୪ ବର୍ଷ ବୟସରେ ସେ ଘର ଛାଡିଦେଇଥିଲେ।  ତେବେ ଏତେ କମ ବୟସରେ ପେଟ କେମିତି ପୁରିବ ଭାବି ଚିନ୍ତିତ ହୋଇପଡିଥିଲେ । ଏଥି ପାଇଁ ବହୁତ କଷ୍ଟ ପାଇଥିଲେ। ପେଟ ପୋଷିବା ପାଇଁ ନିଜ ସୌନ୍ଦର୍ଯ୍ୟକୁ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ ସେ। ତାଙ୍କ ପ୍ରତି ଅନେକ ଲୋକ ଆକର୍ଷିତ ହେଉଥିଲେ।

ସେ ମଧ୍ୟ ତାଙ୍କ ଲୋକଙ୍କ ସହ ଜଲପାଇଗୁଡି ଷ୍ଟେଶନ ଯାଉଥିଲେ। ପ୍ରତି ରାତି ସେଠାରେ ନିଜ ଶରୀରକୁ ୫୦ ଟଙ୍କାର ବିକୁଥିଲେ। ଦେହ ବିକ୍ରିରେ ପେଟର ଭୋକ ମେଣ୍ଟୁଥିଲା ସତ,  କିନ୍ତୁ ସମ୍ମାନ ମିଳୁନଥିଲା।  ଅବଶ୍ୟ ଏହି ପଇସାରେ ସେ ଚଳିବା ସହ ପଠ ମଧ୍ୟ ପଢୁଥିଲେ । ତେବେ ସମ୍ମାନ ପାଇବା ପାଇଁ ସେ ଗୋଟେ ଏନଜିଓରେ ଚାକିରୀ କରିଲେ। ଏନଜିଓ ପ୍ରୋଜେକ୍ଟ ମାଧ୍ୟମରେ ସେ କଣ୍ଡୋମ ବାଣ୍ଟୁଥିଲେ। କିଛି ଦିନ ମଧ୍ୟରେ ଲୋକେ ତାଙ୍କୁ କଣ୍ଡୋମ ମାଉସୀ ନାଁରେ ଡାକିବା ଆରମ୍ଭ କରିଥିଲେ।    

   Related Posts