ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ ପାଇଁ ଯୋଗାଣ ଅଧିକାରୀଙ୍କୁ କିନ୍ନର ସଂଘର ନିବେଦନ
9/01/2021 at 12:34 PM

ଭଦ୍ରକ ୦୯।୦୧ : ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ସାମିଲ ହେବା ପାଇଁ କିନ୍ନରଙ୍କ ନିବେଦନ । ଭଦ୍ରକ ସହରର କିନ୍ନର ସଂଘର କର୍ମକର୍ତ୍ତା ମାନେ ନିଜକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀ ଭାବେ ସାମିଲ ପାଇଁ ନିବେଦନ କରିଛନ୍ତି । ଏନେଇ କିନ୍ନର ମାନେ ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ।
ଜିଲ୍ଲାର ବିଭିନ୍ନ ବ୍ଲକ ରେ ପ୍ରାୟ ୨୫୦ରୁ ଅଧିକ ସଂଖ୍ୟକ କିନ୍ନର ବସବାସ କରୁଛନ୍ତି । ଏବେ ସାମାଜିକ ସ୍ରୋତରେ ସାମିଲ ହୋଇଛନ୍ତି । ତେବେ ଯୋଗାଣ ଅଧିକାରୀ ସେମାନଙ୍କୁ ନିଜ ନିଜ ନିଜର ଆବଶ୍ୟକୀୟ କାଗଜପତ୍ର ଜମା କରିବା ସହ ଆବେଦନ କରିବା ପାଇଁ କହିଥିବା କିନ୍ନର ମାନେ ସୂଚନା ଦେଇଛନ୍ତି । ତେବେ ଯଦି ଆଗାମୀ ଦିନରେଦାବିପୁରଣ ନହୁଏ, ତେବେ ସେମାନେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି । ସରକାରଙ୍କର ବିଭିନ୍ନ ଯୋଜନାରେ ସେମାନଙ୍କୁ ସହାୟତା ମିଳୁଥିବା ବେଳେ ପ୍ରଶାସନ ତରଫରୁ ଏହି ଦାବିକୁ ଖୁବ ଶୀଘ୍ର ପୂରଣ କରାଯିବ ବୋଲି ମଧ୍ୟ ଆଶା ବାନ୍ଧିଛନ୍ତି ।