Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପ୍ରେମିକକୁ ହତ୍ୟା କରି ଡ୍ରମ ଭିତରେ ରଖିଦେଇଥିଲା କିନ୍ନର : ୨୦ ଦିନ ପରେ ଜବତ ହେଲା ମୃତଦେହ

8/01/2019 at 1:24 PM

କାନପୁର ୮/୧ : ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି | ଜଣେ କିନ୍ନର ନିଜ ପ୍ରେମିକକୁ ହତ୍ୟା କରି ମୃତଦେହକୁ ଘର ଭିତରେ ହିଁ ରଖି ଦେଇଥିଲେ | ତାଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ | ଖବର ପାଇ ପୋଲିସ ଆସି ଘର ଭିତରେ ଖୋଜାଖୋଜି କରିବାରୁ ଏକ ଡ୍ରମ ଭିତରୁ ଯୁବକଙ୍କ ମୃତଦେହ ମିଳିଥିଲା |

କାନପୁର ଜିଲ୍ଲାର ଘାଟମପୁର ଅଂଚଳରେ ଘଟିଥିଲା ଏହି ଚାଞ୍ଚଲ୍ୟ ହତ୍ୟା ଘଟଣା | ସେଠାକାର ସାଢ଼ଗାଓଁରେ ଚାନ୍ଦିନୀ ନାମକ ଜଣେ କିନ୍ନର ମହମ୍ମଦ ଜାକୀର ନାମକ ଜଣକ ଘରକୁ ଘର ଭଡା ନେଇ ରହିବାକୁ ଆସିଥିଲେ | ମହମ୍ମଦ , ଚାନ୍ଦିନୀକୁ ଏକ ଘର ଭଡାରେ ଦେଇଥିଲେ | ଚାନ୍ଦିନୀ ରହିବା ପରେ ତାଙ୍କ ପାଖରେ ତାଙ୍କର ୨୮ ବର୍ଷ ବୟସ୍କ ପ୍ରେମିକ ୱାସିମ ମଧ୍ୟ ରହିବାକୁ ଆସିଥିଲେ | ଉଭୟଙ୍କ ମଧରେ ସବୁକିଛି ଠିକ ଚାଲିଥିଲା | ଅଚାନକ ୩ ସପ୍ତାହ ପୂର୍ବରୁ ଚାନ୍ଦିନୀ ଘର ଚାବି ଘର ମାଲିକଙ୍କୁ ଦେଇ କୁଆଡେ ଚାଲିଯାଇଥିଲେ | ଘର ଚାବି ଘର ମାଲିକକୁ ଦେବାବେଳେ ଚାନ୍ଦିନୀ କହିଥିଲା ୱାସିମ କୁଆଡେ କାମରେ ଯାଇଛି ସେଥିପାଇଁ ମୁଁ ବି ଯାଉଛି ଏକ କାମରେ | ସେହିଦିନଠାରୁ ଚାନ୍ଦିନୀ ଆଉ ୱାସିମ ଘରକୁ ଫେରିନଥିଲେ | ଦୁଇଦିନ ପୂର୍ବରୁ ଚାନ୍ଦିନୀ ଏବଂ ୱାସିମ ରହୁଥିବା ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା | ଦୁର୍ଗନ୍ଧ ହେବାରୁ ଘର ମାଲିକ ଜାକିର ଏବଂ ଆଖପାଖ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା | ସନ୍ଦେହ ହେବାରୁ ଜାକିର ଚାବି ନେଇ ଘର ଖୋଲିଥିଲେ | ଘରେ ଭିତରେ ଜାକିର ଏକ ପ୍ଲାଷ୍ଟିକ ଡ୍ରମ ରଖାଯାଇଥିବା ଦେଖିଲେ | ଡ୍ରମ ଭିତରେ ଜାକିର ଯାହା ଦେଖିଲେ ଦେଖିକି ତାଙ୍କ ହୋସ ଉଡ଼ିଗଲା | ଡ୍ରମ ଭିତରେ ୱାସିମର ରକ୍ତାକ୍ତ ମୃତଦେହ ରଖାଯାଇଥିଲା |

ଏହା ଦେଖି ଜାକିର ସଂଗେସଂଗେ ପୋଲିସକୁ ଖବର ଦେଇଥିଲେ | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ୱାସିମର ଶରୀରକୁ ଅତି ନୃଶଂସ ଭାବେ ଏକ ଟାଙ୍ଗିଆରେ କଟାଯାଇଥିଲା | ଘଟଣାସ୍ଥଳରୁ ପୋଲିସ ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ମଧ୍ୟ ଜବତ କରିଥିଲା | ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ୱାସିମକୁ ପାଖାପାଖି ୨୦ ଦିନ ପୂର୍ବରୁ ହତ୍ୟା କରାଯାଇଛି | ସେଥିପାଇଁ ମୃତଦେହରୁ ଗନ୍ଧ ବାହାରୁଥିଲା | ପୋଲିସ ଘର ମାଲିକ ଜାକିରର ବୟାନ ରେକର୍ଡ କରି କିନ୍ନର ଚାନ୍ଦିନୀ ବିରୋଧରେ ଏକ ମାମଲା ରୁଜ୍ଜୁ କରିଥିଲା | ଚାନ୍ଦିନୀ ଘଟଣା ପରେ ଫେରାର ହୋଇଯାଇଛି | ପୋଲିସ ଚାନ୍ଦିନୀକୁ ଖୋଜାଖୋଜି କରୁଛି | ଏପର୍ଯ୍ୟନ୍ତ ହତ୍ୟାକାରୀ ଚାନ୍ଦିନୀର କୌଣସି ପତ୍ତା ମିଳିପାରିନାହିଁ |

   Related Posts