Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କଲ୍ୟାଣ କରି ଟଙ୍କା, ନଡ଼ିଆ ଓ ଶାଢ଼ୀ ମାଗିଥିଲା କିନ୍ନର, ନମିଳିବାରୁ ରାଗରେ ୩ ମାସର ଶିଶୁକୁ ଅପହରଣ କରି ହତ୍ୟା କରିଦେଲା

9/07/2021 at 9:27 PM

ମୁମ୍ବାଇ ୦୯/୦୭ : ୩ ମାସର ଶିଶୁକୁ ଅପହରଣ ପରେ ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଶିଶୁକୁ ହତ୍ୟା କରି ଶବକୁ ଏକ ନାଳରେ ଫୋପାଡ଼ି ଦିଆଯାଇଥିଲା। ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ କିନ୍ନର । ପୋଲିସ କହିବାନୁଯାୟୀ, କିନ୍ନର ଜଣକ ଶିଶୁର ପିତାମାତାଙ୍କୁ ଟଙ୍କା, ନଡ଼ିଆ ଓ ଶାଢ଼ୀ ମାଗିଥିଲେ । କିନ୍ତୁ ଶିଶୁର ପିତାମାତା ମନା କରିଦେବାରୁ ସେ ଶିଶୁକୁ ହତ୍ୟା କରିଦେଇଛି।

ମାମଲା ଦକ୍ଷିଣ ମୁମ୍ବାଇର କଫେ ପଡେ ଅଞ୍ଚଳର। ଗୁରୁବାର ସନ୍ଧ୍ୟାରୁ ନିଖୋଜ ଥିବା ଶିଶୁର ମୃତଦେହ ଶୁକ୍ରବାର ସକାଳୁ ନାଳରୁ ଉଦ୍ଧାର ହେବାପରେ ମାମଲା ସାମ୍ନାକୁ ଆସିଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ କିନ୍ନର ଶିଶୁ ଘରକୁ ଆଶୀର୍ବାଦ ଦେବାକୁ ଯାଇଥିଲେ ଓ ବଦଳରେ ଉପହାର, ଟଙ୍କା, ନଡ଼ିଆ ଓ ଶାଢ଼ୀ ଦାବି କରିଥିଲେ। କିନ୍ତୁ ଶିଶୁର ପିତାମାତା କିନ୍ନରକୁ ଏସବୁ ଦେବାକୁ ମନା କରିଦେଇଥିଲେ।

ଉଭୟଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ଗୁରୁବାର ସନ୍ଧ୍ୟାରେ ଶିଶୁକୁ ଅପହରଣ କରିନେଇଥିଲେ ଓ ନାଳରେ ଫୋପାଡ଼ି ଦେଇଥିଲେ। ଶିଶୁର ପରିବାର ଶିଶୁକୁ ବହୁତ ଖୋଜାଖୋଜି କରିଥିଲେ। ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପ୍ରଥମ ଅପହରଣ ମାମଲା ରୁଜ୍ଜୁ କରିଥିଲା। କିନ୍ତୁ ଶିଶୁର ଶବ ମିଳିବା ପରେ ଅପହରଣ ସହ ହତ୍ୟା ମାମଲା ରୁଜ୍ଜୁ ହୋଇଛି।

   Related Posts