Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କିନ୍ନରମାନଙ୍କୁ ମିଳିଲା ରୋଜଗାରର ପନ୍ଥା: ସାଇକେଲ୍‌ ଷ୍ଟାଣ୍ଡ୍‌ରୁ ଆଦାୟ କରିବେ ପାର୍କିଂ ଫି’‌

30/08/2020 at 4:26 PM

ବ୍ରହ୍ମପୁର୩୦/୮: କିନ୍ନରମାନଙ୍କୁ ମିଳିଲା ରୋଜଗାରର ପନ୍ଥା। ବ୍ରହ୍ମପୁରରେ ବସବାସ କରୁଥିବା କିନ୍ନରମାନେ ସାଇକେଲ୍ ଷ୍ଟାଣ୍ଡରୁ ପାର୍କିଂ ଫି’‌‌ ଆଦାୟ କରିବେ। ଏନେଇ କିନ୍ନର ସଂଘ ପକ୍ଷରୁ ବିଇ.ଏମ୍.ସିଙ୍କୁ ପ୍ରଶଂସା କରାଯାଇଛି। ଆସନ୍ତା ମାସ ପହିଲାରୁ ବ୍ରହ୍ମପୁର ସହରର ବିଭିନ୍ନ ସାଇକେଲ୍ ଷ୍ଟାଣ୍ଡରୁ ପାର୍କିଂ ଫି’‌ ଆଦାୟ କରିବେ। ଏନେଇ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି।

ସର୍ବୋଚ୍ଚ ନ୍ୟାୟାଳୟ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେବା ପରେ ସେମାନଙ୍କୁ ଆତ୍ମନିର୍ଭଶୀଳ କରିବା ଦିଗରେ ଚାଲିଛି ପ୍ରୟାସ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କିନ୍ନରମାନଙ୍କୁ ରୋଜଗାର କ୍ଷମ କରାଇବାକୁ ନିଆଯାଇଛି ପଦକ୍ଷେପ। ସହରର ୪ଟି ସ୍ଥାନରେ ସାଇକେଲ୍ ପାର୍କିଂ ଫି’‌ ଆଦାୟ କରିବେ କିନ୍ନର। ଦୁଇଟି ସ୍ବୟଂ ସହାୟିକା ଗୋଷ୍ଠିକୁ ଏହି ଦାୟିତ୍ବ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ୨୦ ଜଣ କିନ୍ନର ସାଇକେଲ୍ ପାର୍କିଂ ଫି’‌‌ ଆଦାୟରେ ନିୟୋଜିତ ହେବେ। ପୁରୁଣା ବସ୍‌ଷ୍ଟାଣ୍ଡ୍, ଅର୍ଣ୍ଣପୂର୍ଣ୍ଣା ମାର୍କେଟ୍ ଏବଂ ମୟୁରୀ ଟାୱାର୍ ପ୍ରମୁଖ ଆଦି ୪ଟି ସ୍ଥାନର ସାଇକେଲ୍ ପାର୍କିଂ ଫି’‌ ଆଦାୟ କରିବାକୁ ସୁଯୋଗ ଦିଆଯିବ। ଦୁଇ ଚକିଆ ଯାନ ଦୁଇ ଘଣ୍ଟା ପାଇଁ ୫ ଟଙ୍କା, ଚାରି ଚକିଆ ଯାନ ଦୁଇ ଘଣ୍ଟା ପାଇଁ ୧୦ ଟଙ୍କା ଫିସ୍ ଆଦାୟ କରିବାକୁ ବିଇ.ଏମ୍.ସି ସ୍ଥିର କରିଛି। ପୂର୍ବରୁ ଏମାନଙ୍କ ସ୍ବାବଲମ୍ବୀ ପାଇଁ ଜାତୀୟ ସହରାଞ୍ଚଳ ଜୀବିକା ନିର୍ବାହ ମିସନ ପକ୍ଷରୁ କ୍ଷୁଦ୍ର ଶିଳ୍ପାନୁଷ୍ଠାନ କରିବା  ଉଦ୍ଦେଶ୍ୟରେ ଚପଲ ପ୍ରସ୍ତୁତି ତାଲିମ ପ୍ରଦାନ କରାଯାଇଥିଲା।

   Related Posts