ଗାଜିଆବାଦ ୩୧/୧ : ଦିଲ୍ଲୀ ଗାଜିଆବାଦ ସ୍ଥିତ ମୁରାଦନଗର ଥାନା ଅନ୍ତର୍ଗତ ଡାଗର କଲୋନୀରେ ଏକ ଘରୁ ଜଣେ କିନ୍ନରଙ୍କ ମୃତଦେହ ଉଦ୍ଧାର ହୋଇଛି | କିନ୍ନରଙ୍କ ମୃତଦେହ ଉଦ୍ଧାର ହେବାପରେ ସ୍ଥାନୀୟ ଅଂଚଳରେ ହଇଚଇ ଖେଳି ଯାଇଥିଲା | ମୃତ୍ୟୁ ଖବର ଶୁଣି ଲୋକଙ୍କ ଭିଡ ଜମିଯାଇଥିଲା | ସ୍ଥାନୀୟ ଲୋକେ ସଂଗେ ସଂଗେ ପୋଲିସକୁ ଏନେଇ ଖବର ଦେଇଥିଲେ | ମୃତ କିନ୍ନରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା | ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ପୋଲିସ ଘଟଣାର ତଦନ୍ତ ଚଳାଇଛି | ମୃତ କିନ୍ନର ହେଲେ ୩୫ ବର୍ଷ ବୟସ୍କା ଶବାନା | ଶବାନାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି |
ପୋଲିସ ଘଟଣାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ସୂଚନାଯୋଗ୍ୟ ଯେ, କିନ୍ନର ଡାଗର କଲୋନୀରେ ଏକ ଘର ଭଡା ନେଇ ରହୁଥିଲେ | ସେ ଘର ଭଡା ନେଇ ଏକା ରହୁଥିଲେ | ଆଜି ସକାଳେ କିନ୍ନରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା | ପୋଲିସ ଘଟଣାର ତଦନ୍ତ କରୁଛି | ହତ୍ୟାକାରୀକୁ ଅତି ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସପି ଅରବିନ୍ଦ କୁମାର |
କିନ୍ନରଙ୍କ ହତ୍ୟା ପରେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି | ପୋଲିସ ଆଖପାଖ ଅଂଚଳରେ ଲୋକଙ୍କୁ ପଚରାଉଚୁରା କରୁଛି | ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କିନ୍ନରଙ୍କ କାହା ସହିତ କୌଣସି ଶତ୍ରୁତା ନଥିଲା |