Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

16/05/2021 at 8:51 AM

ବରଗଡ,୧୬/୦୫: ବରଗଡ ଜିଲ୍ଲା ଭଟଲି ବ୍ଲକ ମୁରୁମକେଲ ଗ୍ରାମରୁ ରବିବାର ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଭଟଲି ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି । ଯୁବକଜଣଙ୍କ ଟ୍ରାନ୍ସଫର୍ମର ଉପରେ ଚଢିଯାଇଥିଲେ । ତେବେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଭଡିଗାଁ ପଞ୍ଚାୟତ ମୁରୁମକେଲ ଗ୍ରାମର ସ୍ଥାନୀୟ ଯୁବକ ସମୀର ଖମାରୀ (୨୭) କୌଣସି କାରଣରୁ ଟ୍ରାନ୍ସଫର୍ମର ଉପରକୁ ଚଢ଼ି ଯାଇଥିଲେ । ସେଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି  ଯୁବକଜଣଙ୍କ ଜଳି ଯାଇଥିଲେ । ତେବେ କିଛି ସ୍ଥାନୀୟ ଯୁବକ ସଙ୍ଗେ ସଙ୍ଗେ ସେମାନେ ପ୍ରଥମେ ବିଦ୍ୟୁତ ବିଭାଗକୁ ଫୋନ କରି ଲାଇନ କଟାଇଥିଲେ ଓ ପରେ ଭଟଲି ଅଗ୍ନିଶମ ବିଭାଗକୁ ଫୋନ କରି ସୂଚନା ଦେଇଥିଲେ ।

କାଳ ବିଳମ୍ବ ନକରି ଭଟଲି ଅଗ୍ନିଶମ ବିଭାଗର ଏକ ଟିମ୍ ରବୀନ୍ଦ୍ର କେତନ ସାହୁଙ୍କ ନେତୃତ୍ୱରେ ପହଞ୍ଚିଥିଲେ । ଏହାସହ ଯୁବକଙ୍କୁ ଉଦ୍ଧାର କରିଥିଲେ । ଖାଲି ଏତିକି ନୁହେଁ ଅମ୍ବୁଲାନ୍ସ ଆସିବାକୁ ବିଳମ୍ବ ହେବା ସୂଚନା ପାଇବା ପରେ ନିଜ ଗାଡ଼ିରେ ଆଣି ଜିଲ୍ଲା ମୁଖ୍ୟ ଚିକତ୍ସାଲୟରେ ଭର୍ତ୍ତି କରିଥିଲେ। ଏଠାରେ ପ୍ରାଥମିକ ଚିକତ୍ସା କରିବା ପରେ ତାଙ୍କୁ ବୁର୍ଲ୍ଲା ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ବାମ ପାର୍ଶ୍ଵ ବହୁମାତ୍ରାରେ ଜଳି ଯାଇଛି ତାର ବାମ ପର୍ଶ୍ୱର ହାତଟି ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଛି । ସଠିକ ସମୟରେ ଅଗ୍ନିଶମ ବିଭାଗର ଉଚିତ ପଦକ୍ଷେପ ଯୋଗୁ ତାଙ୍କର ଜୀବନ ବଞ୍ଚିଯାଇଛି ।

   Related Posts