ଆଇଏଏସ୍ ସ୍ତରରେ ଅଦଳବଦଳ; ବଦଳିଲେ ୫ଜିଲ୍ଲାର ଜିଲ୍ଲାପାଳ, ସମର୍ଥ ବର୍ମା ହେଲେ ବିଏମସି କମିଶନର
9/02/2019 at 7:06 PM

ଭୁବନେଶ୍ଵର ୯/୨-ରାଜ୍ୟ ସରକାର ଆଜି ଆଏଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲଙ୍କୁ କଟକ କେନ୍ଦ୍ରାଂଚଳ ରାଜସ୍ଵ କମିଶନର ଭାବେ ବଦଳି କରାଯାଇଛି ।
ସେହିଭଳି ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଜଗତସିଂପୁର ଜିଲ୍ଲାପଳ ଯାମିନୀ ଷଢ଼ଙ୍ଗୀଙ୍କୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବଭାବେ ବଦଳି କରାଯାଇଛି ।
ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାରଙ୍କୁ ଜଗତସିଂପୁର ଜିଲ୍ଲାପାଳଭାବେ ବଦଳି କରାଯାଇଛି । ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭୁବନେଶ୍ଵର ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଏହି ପଦବୀକୁ ଡ଼େପୁଟି ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି । ବିଏମସି କମିଶନର ଥିବା ଶୁଭମ୍ ସକସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳଭାବେ ଅବସ୍ଥାପିତ କରାଯାଇଛି ।
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାଶ(ଓଏଏସ)ଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳଭାବେ ବଦଳି କରାଯାଇଛି । ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଭୂବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ମନୋଜ କୁମାର ମହାନ୍ତି(ଓଏଏସ)ଙ୍କୁ ଅନୁଗୋଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

