Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆଇଏଏସ ସ୍ତରରେ ପୁଣି ଅଦଳ ବଦଳ: କୋରାପୁଟ ଜିଲ୍ଲାପାଳ ହେଲେ ମଧୁସୂଦନ ମିଶ୍ର-୨, ନୟାଗଡ ଜିଲ୍ଲାପାଳ ଭାବେ ବଦଳି ହେଲେ ପୁମା ଟୁଡୁ

3/08/2019 at 7:59 PM

ଭୁବନେଶ୍ବର୩|୮: ଓଏସ ସ୍ତରରେ ବ୍ୟାପକ ଅଦଳ ବଦଳ ପରେ ରାଜ୍ୟ ସରକାର ପୁଣି ଆଇଏଏସ ସ୍ତରରେ ଅଦବଳଦ କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶକ ନିରଞ୍ଜନ ସାହୁଙ୍କୁ ଶ୍ରମ କମିଶନର ଭାବେ ବଦଳି କରାଯାଇଛି।

ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ଭୁବନେଶ୍ବର ମହାନଗର ନିଗମର ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦେଶକ ସୁଶାନ୍ତ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ଦିଆଯାଇଛି।

 ନୟାଗଡ ଜିଲ୍ଲାପାଳ ଡକ୍ଟର ଏନ ଥିରୁମଲା ନାୟକଙ୍କୁ ମତ୍ସ୍ୟ ସମ୍ପଦ ବିଭାଗର ନିର୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କୋରାଟପୁଟ ଜିଲ୍ଲାପାଳ ଡକ୍ଟର ପୁମା ଟୁଡୁଙ୍କୁ ନୟାଗଡ ଜିଲ୍ଳାପାଳ ଭାବେ ବଦଳି କରାଯାଇଛି।

 କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ-ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ବାସୁଦେବଙ୍କୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ମାର୍କଫେଡର ପରିଚାଳନା ନିର୍ଦେଶକ ଭାବେ ବଦଳି ହୋଇଥିବା ମଧୁସୂଦନ ମିଶ୍ର-୨ ଙ୍କୁ କୋରାପୁଟ ଜିଲ୍ଳାପାଳ ଭାବେ ପୁନର୍ବାର ବଦଳି କରାଯାଇଛି।

   Related Posts