Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଲକ୍ଷ୍ମୀପୁର ଖେରୀ ହିଂସା ମାମଲା: ତଦନ୍ତ ଅଧିକାରୀ ଡିଆଇଜି ଉପେନ୍ଦ୍ର ଅଗ୍ରଓ୍ବାଲଙ୍କ ବଦଳି

22/10/2021 at 8:08 PM

ଲକ୍ଷ୍ନୌ ୨୨/୧୦:  ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ତଦନ୍ତ କରୁଥିବା ଡିଆଇଜି ଉପେନ୍ଦ୍ର ଅଗ୍ରଓ୍ବାଲଙ୍କ ବଦଳି କଲେ ଯୋଗୀ ସରକାର । ଉତ୍ତରପ୍ରଦେଶରେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥିବା ବେଳେ ସେଥିରୁ ଗୋଟିଏ ନାଁ ଉପେନ୍ଦ୍ର ଅଗ୍ରଓ୍ବାଲଙ୍କର ମଧ୍ୟ ସାମିଲ ଅଛି । ତାଙ୍କୁ ପୋଲିସ ମୁଖ୍ୟାଳୟର ଡିଆଇଜିରୁ ହଟାଇ ଦେବୀପାଟନା ରେଞ୍ଜ ଡିଆଇଜି ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି ।

ଉପେନ୍ଦ୍ର ଅଗ୍ରଓ୍ବାଲଙ୍କ ବଦଳି ପରେ ଲକ୍ଷ୍ମୀପୁର ଖେରୀ ହିଂସାର ଯାଞ୍ଚ ପାଇଁ ଗଠିତ ଏସଆଇଟିର କିଏ ଅଧ୍ୟକ୍ଷତା କରିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅକ୍ଟୋବର ୩ରେ ହୋଇଥିବା ହିଂସା ପରେ ଡିଜିପି ମୁକୁଲ ଗୋୟଲ ୯ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିଥିଲେ। ଡିଜିପିଙ୍କ କାର୍ଯ୍ୟାଳୟରେ ମୁତୟନ ଡିଆଇଜି ଉପେନ୍ଦ୍ର ଅଗ୍ରଓ୍ବାଲ ଏହି ଟିମ୍‌ର ଅଧ୍ୟକ୍ଷତା କରୁଥିଲେ।

ଲକ୍ଷ୍ମୀପୁର ଖେରୀ ହିଂସା ମାମଲରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଡିଆଇଜି ଉପେନ୍ଦ୍ର ଅଗ୍ରଓ୍ବାଲ ।

   Related Posts