୨୨ ବର୍ଷୀୟ ଟ୍ରାନ୍ସ ମଡେଲ ଆର୍ଚି: ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତରୁ କରିବେ ପ୍ରତିନିଧିତ୍ୱ

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫/୦୧ : ୨୨ ବର୍ଷୀୟ କିନ୍ନର (ଟ୍ରାନ୍ସଜେଣ୍ଡର) ଓ ମଡେଲ ଆର୍ଚି ସିଂହ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ନିଜ ଜୀବନରେ ଲୋକଙ୍କ ନାନା ନିନ୍ଦା ବଦନାମ ଶୁଣିଛନ୍ତି। ଏକ ମଡେଲିଂ ସୁଟ୍ ସମୟରେ ତାଙ୍କୁ ଜଣେ ଏଜେଣ୍ଟ କହିଥିଲେ ଯେ ସେ ଅସଲି ମହିଳା ନୁହନ୍ତି। ଜବାବରେ ଆର୍ଚି ସିଂହ କହିଥିଲେ, 'ମୁଁ ଜଣେ କିନ୍ନର କିନ୍ତୁ ମୁଁ ଜଣେ ମହିଳା ସହ ସମାନ। ମୋର ଅଫିସିଆଲ ଆଇଡିରେ ମୋତେ ମହିଳାର ଦର୍ଜା ଦିଆଯାଇଛି।' ନିଜ ସହ ହେଉଥିବା ଏହି ଭେଦଭାବକୁ ଦେଖି ଆର୍ଚି କହିଛନ୍ତି ଯେ ତାଙ୍କୁ ଲିଙ୍ଗ ପୁନଃନିର୍ମାଣ ଅସ୍ତ୍ରୋପଚାରର ସାମ୍ନା ମଧ୍ୟ କରିବାକୁ ପଡିଛି। ସେ କହିଛନ୍ତି ଲୋକେ କିନ୍ନରଙ୍କୁ ମହିଳା ଭାବେ ଗ୍ରହଣ କରନ୍ତିନି।

{"id":387472,"sizeSlug":"large","linkDestination":"none"}

ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଆର୍ଚି ସିଂହ କହିଛନ୍ତି ଯେ ସେ Miss International Trans 2021 ରେ ଭାରତକୁ ରିପ୍ରେଜେଣ୍ଟ କରୁଛନ୍ତି। ଏହି କାର୍ଯ୍ୟକ୍ରମ କଲମ୍ବିଆରେ ଆୟୋଜିତ କରାଯାଉଛି। ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ବଡ ହୋଇଥିବା ଆର୍ଚି ସବୁବେଳେ ନିଜକୁ ମହିଳା ବୋଲି ହିଁ ଭାବିଛନ୍ତି। ତାଙ୍କ ପରିବାର ଲୋକେ ମଧ୍ୟ କେବେ ଅସ୍ବୀକାର କରିନାହାନ୍ତି। ତାଙ୍କ ପରିବାର ତାଙ୍କର ସବୁ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି। ୧୭ ବର୍ଷ ବୟସରେ ଆର୍ଚି ପ୍ରଥମଥର ପାଇଁ ସାର୍ବଜନିକ ଭାବେ ଲୋକଙ୍କୁ ନିଜ ପରିଚୟ ଦେଇଥିଲେ। ସେ କହିଛନ୍ତି ଯେ ସେ ନିଜର ଅସଲ ରୂପ ଲୋକଙ୍କ ସାମ୍ନାକୁ ଆଣିବାକୁ ଚାହୁଁଥିଲେ। ଏହାପରେ ସେ ମଡେଲିଂ କ୍ୟାରିଅର ଆରମ୍ଭ କରିଥିଲେ। ମଡେଲିଂ କରିବା ପୂର୍ବରୁ ସେ ସାମାଜିକ କର୍ମୀ ଥିଲେ। ସେ ସମାଜରେ କିନ୍ନରଙ୍କୁ ସେମାନଙ୍କ ପରିଚୟ ଦେବାକୁ କାମ କରୁଥିଲେ। କିନ୍ନରଙ୍କ ଜୀବନର ସତ୍ୟତାକୁ ନେଇ ସେ ସମାଜକୁ ସଚେତନ କରିବାକୁ ଚାହୁଁଥିଲେ। ମଡେଲିଂ ତାଙ୍କର ଏହି କାମକୁ ଆହୁରି ସାହାଯ୍ୟ କଲା। ମଡେଲିଂ ତାଙ୍କର ପ୍ୟାସନ ହୋଇଗଲା। ମଡେଲିଂ କ୍ୟାରିଅର ଆରମ୍ଭ କରିବା ପରେ ସେ ଲିଙ୍ଗ ପୁନଃନିର୍ମାଣ ସର୍ଜରୀ କରାଇଥିଲେ। ଏହାପରେ ସେ ସମ୍ପୂର୍ଣ୍ଣ ମହିଳାରେ ପରିବର୍ତ୍ତିତ ହୋଇଗଲେ। ଏହାପରେ ଆର୍ଚି ଏକ ନୂଆ ଜୀବନ ଆରମ୍ଭ କରିଥିଲେ।

{"id":387473,"sizeSlug":"large","linkDestination":"none"}

ସେ ମିସ ଟ୍ରାନ୍ସ ଇଣ୍ଡିଆ ବିଜେତା ହେଲେ ଏବଂ ଏକ ବଡ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସେଡର ହୋଇଗଲେ। ଏହାପରେ ସେ ଅନେକ ଫ୍ୟାସନ ଶୋ'ରେ ଶୋ' ଷ୍ଟପର ବି ହୋଇଗଲେ। ତାଙ୍କୁ ଅନେକଥର ଭେଦଭାଦର ଶିକାର ହେବାକୁ ପଡିଛି। ସେ କହିଛନ୍ତି ନିଜ ଲୁକ୍ସ ଓ ଦକ୍ଷତା ପାଇଁ ରିଜେକ୍ସନର ଶିକାର ହେବାକୁ ପଡିନି। କିନ୍ତୁ କିନ୍ନର ହୋଇଥିବାରୁ କିଛି ଲୋକ ତାଙ୍କ ସହ ଭେଦଭାଦ କରୁଥିଲେ। ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଏକ ବଡ ପ୍ଲାଟଫର୍ମ ଭଳି ବ୍ୟବହାର କରିଥିଲେ ଆର୍ଚି । ଆଗକୁ ସେ ଭାରତୀୟଙ୍କ ମନରୁ କିନ୍ନରଙ୍କ ପ୍ରତି ଥିବା ଭେଦଭାବକୁ ଦୂର କରିପାରିବେ ବୋଲି ଆଶା ରଖିଛନ୍ତି।

{"id":387474,"sizeSlug":"large","linkDestination":"none"}

ସେ କହିଛନ୍ତି ଲିଙ୍ଗ କେବେ କୌଣସି କାମ ପାଇଁ ବାଧା ସୃଷ୍ଟି କରିପାରିବନି। ସବୁଠାରୁ ଉର୍ଦ୍ଧ୍ବରେ ମାନବିକତା। ମାନବିକତା ବ୍ୟକ୍ତିର ସବୁଠାରୁ ବଡ ପରିଚୟ। ଯେପର୍ଯ୍ୟନ୍ତ କିନ୍ନରଙ୍କୁ ନେଇ ଲୋକଙ୍କ ମନରେ ଘୃଣା ରହିବ ସେପର୍ଯ୍ୟନ୍ତ କୌଣସି ପିଢ଼ି ସଠିକ ଭାବେ କାମ କରିପାରିବନି। ଲୋକଙ୍କ ମନରୁ ଭୁଲ ଧାରଣା ଦୂର କରିବାକୁ ହେବ ବୋଲି ସେ କହିଛନ୍ତି। ଲୋକେ ଆଜି ବି ଭାବୁଛନ୍ତି କିନ୍ନର କେବେଳେ ବାହାଘର ସମାରୋହରେ ପରଫର୍ମ କରନ୍ତି ଓ ଟ୍ରାଫିକ ସିଗନାଲରେ ଲୋକଙ୍କୁ ଟଙ୍କା ମାଗନ୍ତି। କିନ୍ତୁ ଏହା ସତ ନୁହେଁ। ଏହିକ ସମୟରେ କିନ୍ନର ବିଭିନ୍ନ କାମ କରୁଛନ୍ତି। ସେ କହିଛନ୍ତି ସେ ଏହି ପ୍ରତିଯୋଗିତାରେ ଭାରତ ସହ ନିଜ ସମ୍ପ୍ରଦାୟକୁ ମଧ୍ୟ ରିପ୍ରେଜେଣ୍ଟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.