ରାସ୍ତା ଯନ୍ତ୍ରଣା

Published By : Prameya-News7 Bureau | July 04, 2018 IST

ସ୍ବାଧୀନତାର ୭୦ ବର୍ଷ ପରେ ବି ରାଜ୍ୟର ଅନେକ ଅଞ୍ଚଳକୁ ସବୁ ଦିନିଆ ଭଲ ରାସ୍ତା ଟିଏ ନାହିଁ । ସଂଯୋଗୀକରଣ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ସବୁ ଗାଁକୁ ସଡକ, ପାଣି , ବିଜୁଳି ଯୋଗାଇଦେବାର ଲକ୍ଷ୍ୟ ଧାର୍ଯ୍ୟ କରି ଡିଣ୍ଡିମ ପିଟାଚାଲିଛି । ନେତାଙ୍କ ଦାବି, ଆକ୍ଷେପ ପ୍ରତିଆକ୍ଷେପ ବି ଜାରି ରହିଛି । କିନ୍ତୁ କେବଳ କଷ୍ଟ ଭୋଗୁଛନ୍ତି ସାଧାରଣ ଜନତା । ରସ୍ତା ନଥିବାରୁ ଭାରରେ ବୁହାହେଉଛନ୍ତି ରୋଗୀ, ପ୍ରସୂତି । କାନ୍ଧପେ ବସି , ଲାଉ ହୋଇ ପାର ହେଉଛନ୍ତି ନଦୀ । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ପୁଣି ଭାରରେ ବୁହା ହେଲେ ଗର୍ଭବତୀ ମହିଳା । ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ସିଡ଼ିପାକା ଗାଁର ଘଟଣା । ଗାଁର ଜଣେ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ ଆମ୍ଭୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକ । ଫୋନ ପରେ ଆମ୍ଭୁଲାନ୍ସଟି ପାଖ ଗାଁରେ ରହିଥିଲା । ରାସ୍ତା ସମସ୍ୟା ଥିବାରୁ ଆଉ ଆଗକୁ ଯାଇ ପାରିନଥିଲା ଆମ୍ଭୁଲାନ୍ସ । ତେଣୁ ପରିବାର ଲୋକ ଓ ଗ୍ରାମବାସୀ ମିଶି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ମହିଳାଙ୍କୁ ଭାରରେ ବୋହି ନେଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ନେଇ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଏଭଲି ଚିତ୍ର ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହରା ପଂଚାୟତ ନାଗଜଦି ଗାଁରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଭାରରରେ ବୁହା ହୋଇ ଗଲେ ପ୍ରସୂତି । ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ଓ କାଶୀପୁରର ବିଭିନ୍ନ ଅଞ୍ଚଳକୁ ରାସ୍ତା ନାହିଁ । ଆସିପାରୁନି ଆମ୍ବୁଲାନ୍ସ । ସମ୍ପର୍କୀୟ ଓ ଗ୍ରାମବାସୀ ଭାରରେ ବୋହି ନିଅନ୍ତି ପ୍ରସୂତିଙ୍କୁ । ଅନେକ ସ୍ଥାନରେ ଆମ୍ବୁଲାନ୍ସ ନଆସିପାରିବାରୁ ରାସ୍ତାରେ ମଧ୍ୟ ପ୍ରସବ ହୋଇଯାଏ । କଳାହାଣ୍ଡିରେ ବି ରାସ୍ତା ଦୁଃଖ ଅସହ୍ୟ...ରାସ୍ତା ନଥିବାରୁ ହନ୍ତସନ୍ତ ଲୋକେ....ପ୍ରସୃତିଙ୍କ କଷ୍ଟ ଆହୁରି....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.