୨୩ରେ ଭୋଟ ଗଣତି ପାଇଁ ଦୁଇ ଦିନିଆ ତାଲିମ ଶିବିର ଆରମ୍ଭ : ଯୋଗ ଦେଇଛନ୍ତି ୧୧ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର

Published By : Prameya-News7 Bureau | May 13, 2019 IST

ଭୁବନେଶ୍ବର ୧୩\୫ : ଆସନ୍ତା ୨୩ ତାରିଖରେ ଭୋଟ ଗଣତି ପାଇଁ ପ୍ରଶିକ୍ଷଣ
ଆରମ୍ଭ ହୋଇଛି । ନିର୍ବାଚନ କମିଶନରଙ୍କ ଦ୍ଵାରା ଦୁଇ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ୭୯ଟି ବିଧାନସଭା କ୍ଷେତ୍ରର ୪୯ ଜଣ ରିଟର୍ଣ୍ଣିଂ ଅଫିସର ଆଜିର ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି । ଆଜି ୧୧ ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ଏହି ତାଲିମ ଶିବିରରେ ଯୋଗ ଦେଇଛନ୍ତି । ସିଇଓ ସୁରେନ୍ଦ୍ର କୁମାର ଓ  ନିର୍ବାଚନ ଆୟୋଗ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ।

ଭୋଟ ଗଣତି ପ୍ରଶିକ୍ଷଣ ନେଇ ସିଇଓ ସୁରେନ୍ଦ୍ର କୁମାରଙ୍କ ସୂଚନା ଦେଇଛନ୍ତି । ଏହି ଶିବିରରେ ୧୪ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହ ବିଧାନସଭା ଓ ଲୋକସଭା ପାଇଁ ୧୧୫ ରିଟର୍ଣ୍ଣିଂ ଅଫିସର ଅଛନ୍ତି । ଆସନ୍ତାକାଲି ଆଉ ୧୬ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେମାନଙ୍କୁ ଭୋଟ ଗଣତିର ଆଇନଗତ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି ।ଏହାସହ ମଡେଲ କାଉଣ୍ଟିଂ ସେଣ୍ଟରର ଡେମୋ ଦେଖାଯିବ । ଯେଉଁ ରିଟର୍ଣ୍ଣିଂ ଅଫିସର ପ୍ରଶିକ୍ଷଣ ନେଉଛନ୍ତି, ସେମାନେ ୨୦ ସୁଦ୍ଧା କାଉଣ୍ଟିଂ ସୁପରଭାଇଜର ଓ ଅନ୍ୟ ଅଧିକାରୀଙ୍କୁ ଟ୍ରେନିଂ ଦେବେ । କାଉଣ୍ଟିଂ ହଲ୍ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ଥର ପାଇଁ ରାଜ୍ୟର ସବୁ କାଉଣ୍ଟିଂ ହଲକୁ ଏୟାର କଣ୍ଡିସନ୍ କରାଯିବ । ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାରିଛି । ଗୋଟିଏ ହଲ୍‌ରେ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା  ଟେବୁଲ ରହିବ । ପ୍ରଥମ ଥର ପାଇଁ VVPAT କାଉଣ୍ଟିଂ ହେଉଛି ସେଥିପାଇଁ ସମୟ ଲାଗିବ । ବାତ୍ୟା ପରେ ସବୁ ଷ୍ଟ୍ରଙ୍ଗ ରୁମ୍‌ରେ EVM ଏବଂ VVPAT ମେସିନ ସୁରକ୍ଷିତ ଅଛି । ପ୍ରତି ସପ୍ତାହରେ ଜିଲ୍ଲାରୁ ରିପୋର୍ଟ ଆସୁଛି ବୋଲି ସୁରେନ୍ଦ୍ର କୁମାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.