ହୁତୁହୁତୁ ହୋଇ ଜଳିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଗଲା ଦୋକାନ ବଜାର

Published By : Prameya-News7 Bureau | April 25, 2021 IST

ଭୁବନେଶ୍ୱର, ୨୫।୦୪: ଜଳିଗଲା ଟ୍ରଲର୍ । ରାତିରେ ହୁହୁ ହୋଇ ଜଳିଲା । ରାଜଧାନୀର ଇନ୍ଫୋସିଟି ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି ।

ଟ୍ରଲରରେ କେହି ଦୁର୍ବୁତ୍ତ ନିଆଁ ଲଗେଇ ଦେଇଥିବା ଆଶଙ୍କା କରାଯାଉଛି  । ଶନିବାର ବିଳମ୍ବିତ ରାତିରେ ଟ୍ରଲରରେ କେହି ନିଆଁ ଲଗାଇ ଦେଇଥିଲେ । ଏନେଇ ତୁରନ୍ତ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ପାଖରେ ଥିବା ଦୋକନ ଗୁଡିକ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.