ଦିଲ୍ଲୀ ପାଇଁ ବଢିଲା ଅଡୁଆ, ଫିଟ୍ ହେଲେ ମୁମ୍ବାଇର ଏହି ଦୁର୍ଦ୍ଦଶ ବୋଲର୍, ଖେଳିବେ ଫାଇନାଲ୍

Published By : Prameya-News7 Bureau | November 10, 2020 IST

ଦୁବାଇ, ୧୦୧୧ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଆଇପିଏଲ-୧୩ର ଫାଇନାଲ ମ୍ୟାଚ୍ ଖେଳାଯିବା । ଟ୍ରଫି ଜିତିବା ପାଇଁ ମୁହାଁମୁହିଁ ହେବେ ମୁମ୍ବାଇ-ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ମ୍ୟାଚ୍ ପୂର୍ବରୁ ଦିଲ୍ଲୀ ପାଇଁ ଏକ ଖରାପ ଖବର ଆସିଛି । କାରଣ ଏକଦା ଦିଲ୍ଲୀ ପାଇଁ ଖେଳୁଥିବା ବୋଲର ଟ୍ରେଣ୍ଟ୍ ବୋଲ୍ଚ ଏବେ ପୁରା ଫିଟ୍ ହୋଇଯାଇଛନ୍ତି । ସେ ମୁମ୍ବାଇ ଦଳରେ ସାମିଲ ହୋଇପାରନ୍ତି ।

ଏନେଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ମୁମ୍ବାଇ ଚଳିତ ସିଜିନରେ ଟ୍ରେଣ୍ଟ୍ ବୋଲ୍ଟଙ୍କୁ କିଣିଥିଲା । ଏହା ଏକ ଭଲ ନିଷ୍ପତ୍ତି ଥିଲା ଯ କାରଣ ବୋଲ୍ଟ ଚଳିତ ସିଜିନରେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି । ଫାଇନାଲରେ ମଧ୍ୟ ସେ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି । ସେ ଭଲ ସ୍ଥିତିରେ ଅଛନ୍ତି ।

{"id":359495,"sizeSlug":"large"}

କ୍ୱାଲିଫାୟାର-୧ରେ ବୋଲ୍ଟ ଆହତ ହୋଇଥିଲେ । ତେଣୁ ସେ ସମ୍ପୂର୍ଣ୍ଣ ଓଭର ବୋଲିଂ କରିପାରି ନଥିଲେ । ତେବେ ୨ ଓଭର ବୋଲିଂ କରି ସେ ଦୁଇଟି ଓ୍ୱିକେଟ୍ ନେଇଥିଲେ ।

ଆଜିର ଫାଇୱାଲ ଜିତି ମୁମ୍ବାଇ ପାଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ । ସେହିପରି ଦିଲ୍ଲୀ ମଧ୍ୟ ପ୍ରଥମ ଥର ପାଇଁ ଚାମ୍ପିଅନ ହେବା ନେଇ ପ୍ରୟାସ କରିବ । ଦିଲ୍ଲୀ ଆଇପିଏଲର ୧୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.