Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଭଦ୍ରକରେ ଭାରତ ବନ୍ଦର ପ୍ରଭାବ : ଷ୍ଟେସନ୍‌ରେ ଅଟକି ରହିଛି ଭଦ୍ରକ-ପଲାସା ଡିଏମ୍‌ୟୁ ଟ୍ରେନ୍

8/01/2020 at 9:55 AM

ଭଦ୍ରକ ୮।୧: ୨୪ ଘଣ୍ଟିଆ ଭାରତ ବନ୍ଦର ଡାକରା ଦେଇଛନ୍ତି ଦେଶର ବିଭିନ୍ନ ଶ୍ରମିକ ସଙ୍ଗଠନ । ସକାଳୁ ଏହି ବନ୍ଦର ପ୍ରଭାବ ଭଦ୍ରକରେ ଦେଖିବାକୁ ମିଳିଛି । ଭଦ୍ରକ-ପଲାସା ଡ଼ିଏମୟୁ ଟ୍ରେନକୁ ଷ୍ଟେସନରେ ଆନ୍ଦୋଳନକାରୀ ଅଟକ କରିବା ସହ ୧୬ ନଂ ଜାତୀୟ ରାଜପଥ ବନ୍ତ ଛକ ଓ ଚରମ୍ପା ଠାରେ ଆନ୍ଦୋଳନକାରୀମାନେ ଗାଡ଼ିଗୁଡ଼ିକ ଅଟକ ରଖିଛନ୍ତି ।

ଏହି ବନ୍ଦକୁ ସଫଳ କରିବା ପାଇଁ ଆଜି ଭଦ୍ରକ ଟ୍ରେଡ଼ ୟୁନିଅନ ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଥିବାର ନଜର ଆସିଛି । ଭଦ୍ରକ ସହରର ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି ।

ଦେଶରେ ଅହେତୁକ ଦରଦାମ ବୃଦ୍ଧି, ଶ୍ରମିକ ମାରଣ ନୀତି, ବେକାର ଯୁବକଙ୍କୁ ନିଯୁକ୍ତି ଓ ସମ୍ବିଧାନ ବଞ୍ଚାଓ ଇତ୍ୟାଦି ୧୪ ଦଫା ଦାବି ନେଇ ୨୪ ଘଣ୍ଟିଆ  ବନ୍ଦର ଡାକରା ଦେଇଛି ଶ୍ରମିକ ୟୁନିଅନ ।  ମଞ୍ଜୁରୀରୋଡ଼ଠାରେ ଦୁଇଟି ମାଲବାହୀ ଟ୍ରେନ୍ ଅଟକି ରହିଛି । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ମଧ୍ୟ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

   Related Posts