ଉଚ୍ଚଶିକ୍ଷା କ୍ଷେତ୍ରରେ ପାଦେ ଆଗକୁ : ରାଜ୍ୟର ୧୦ ବିଶ୍ବବିଦ୍ୟାଳୟ ଓ ୫୨ମହାବିଦ୍ୟାଳୟରେ ଖୋଲିଲା ବୃତ୍ତି ନିୟୋଜନ ପରାମର୍ଶ କେନ୍ଦ୍ର

Published By : Prameya-News7 Bureau | November 29, 2018 IST

ଭୁବନେଶ୍ବର୨୯|୧୧: ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିଲା ଓଡିଶା। ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜରେ ୬୨ ଟି ବୃତ୍ତି ନିୟୋଜନ ପରାମର୍ଶ କେନ୍ଦ୍ର ଖୋଲିଛି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୧୩୫ ଜଣ ନୂତନ ଅଧ୍ୟାପକ ଅଧ୍ୟାପିକାଙ୍କୁ ନିଯୁକ୍ତି ମିଳିଛି । .. ୧୦ ବିଶ୍ବ ବିଦ୍ୟାଳୟ ଓ ୫୨ ମହାବିଦ୍ୟାଳୟରେ ଖୋଲିଲା ବୃତ୍ତି ନିୟୋଜନ ପରାମର୍ଶ କେନ୍ଦ୍ର । ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ  କ୍ୟାରିୟର କାଉନସେଲିଂ କରାଯିବ । ନିଯୁକ୍ତି ସୁଯୋଗ,  ଚାକିରି ଦକ୍ଷତା ନେଇ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ। ଉଚ୍ଚଶିକ୍ଷାର ବିକାଶ ପାଇଁ ଏଣିକି ପ୍ରତ୍ୟେକ ବର୍ଷ ରାଜ୍ୟରେ ରିସର୍ଚ କନକ୍ଲେଭ କରାଯିବ। ପରାମର୍ଶ କେନ୍ଦ୍ରର ଶୁଭାରମ୍ଭ ସହ ୧୩୫ ଜଣ ନୂତନ  ଅଧ୍ୟାପକ ଅଧ୍ୟାପିକାଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚଶିକ୍ଷାର କର୍ମଶାଳାରେ ନବ ନିଯୁକ୍ତ  ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଉଚ୍ଚଶିକ୍ଷା କ୍ଷେତ୍ର​‌ରେ ​‌ ଅଧିକ ଗବେଷଣା,  ଅଧିକ ବିଶ୍ବ ବିଦ୍ୟାଳୟରେ ସେଣ୍ଟର ଅଫ ଏକ୍ସିଲେନ୍ସି କରିବାକୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ବିଭାଗୀୟ ମନ୍ତ୍ରୀ, ରାଜ୍ୟର ୧୦ ଟି  ବିଶ୍ବ ବବିଦ୍ୟାଳୟର କୁଳପତି,  ସଚିବଙ୍କ ସହ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ  ଉପସ୍ଥିତ ଥିଲେ । ଖୁବ ଶୀଘ୍ର ଆଉ ୪୮୦ ନୂତନ ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଯୋଜନା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.