ଆଜିଠୁ କଂଗ୍ରେସ ପ୍ରେରକମାନଙ୍କୁ ତାଲିମ୍ କାର୍ଯ୍ୟକ୍ରମ, ତାଲିମ୍ ଦେବେ ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ

Published By : Prameya-News7 Bureau | October 01, 2019 IST

ଭୁବନେଶ୍ବର ୧।୧୦: ଆଜିଠୁ କଂଗ୍ରେସ ପ୍ରେରକମାନଙ୍କୁ ତାଲିମ କାର୍ଯ୍ୟକ୍ରମ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ କଂଗ୍ରେସ ଆରମ୍ଭ କରିବ ଅଭିଯାନ। ଏଥିପାଇଁ ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ। ଆଜି କଂଗ୍ରେସ ଭବନରେ ପ୍ରେରକମାନଙ୍କୁ ତାଲିମ ପ୍ରଦାନ କରିବେ।

ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ବର ଜନତା ମଇଦାନ ସ୍ଥିତ ଗାନ୍ଧୀ ପଡିଆରୁ ସକାଳ ୮ଟାରେ ପଦଯାତ୍ରା ଆରମ୍ଭ ହୋଇ କଂଗ୍ରେସ ଭବନରେ ଶେଷ ହେବ। ପଦଯାତ୍ରା ସମୟରେ ଦେଶ ପାଇଁ କଂଗ୍ରେସ ଓ ଗାନ୍ଧୀଙ୍କ ଅବଦାନ ସମ୍ପର୍କରେ ପ୍ରଚାରପତ୍ର ପ୍ରଦର୍ଶନ କରାଯିବ।

ସେହିପରି ବିଜେପୁର ଉପନିର୍ବାଚନ ପ୍ରସ୍ତୁତି ପାଇଁ ୩ ତାରିଖରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ବିଜେପୁର ଗସ୍ତ କରି ସେଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.