ଆରମ୍ଭ ହେଲା ବିଧାୟକଙ୍କ ଟ୍ରେନିଂ, ବିଧାୟକମାନଙ୍କୁ ଟିପ୍ସ ଦେଲେ ନବୀନ

Published By : Prameya-News7 Bureau | September 13, 2019 IST

ଭୁବନେଶ୍ବର ୧୩।୯: ଆଜିଠାରୁ ଆରମ୍ଭ ହେଲା ବିଧାୟକମାନଙ୍କ ଟ୍ରେନିଂ । ଓଡିଶା ବିଧାନସଭାରେ ସମସ୍ତ ବିଧାୟକଙ୍କୁ ଟ୍ରେନିଂ ଦିଆଯାଉଛି । ବିଧାନସଭାରେ ନିଜ ମତ କିଭଳି ରଖିବେ, ଆଚରଣ ଉଚ୍ଚାରଣ କିଭଳି ରହିବ, ପାର୍ଲିଆମେଣ୍ଟାରୀ ଆଫେୟାର୍ସ, ଭାରତର ସମ୍ବିଧାନ, ବିଧାନସଭାର ନିୟମାବଳୀ, ବିଧାୟକଙ୍କ କର୍ତ୍ତବ୍ୟ ଭଳି ବିଭିନ୍ନ ଦିଗ ଉପରେ ଏହି ଟ୍ରେନିଂ ଦିଆଯାଇଛି ।

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି । ସଂସଦରୁ ୬ଜଣିଆ ଅଧିକାରୀ ଟିମ୍ ଆସି ବିଧାୟକମାନଙ୍କୁ ଟ୍ରେନିଂ ଦେଉଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.