Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ଢେଙ୍କାନାଳ ବୀରାଶାଳ ଏୟାରଷ୍ଟ୍ରିପ୍‌ରେ ଟ୍ରେନିଂ ବିମାନ ଦୁର୍ଘଟଣା ,୨ମୃତ

8/06/2020 at 8:04 AM

କାମାକ୍ଷାନଗର ୦୮।୦୬:  ଢେଙ୍କାନାଳରେ ଟ୍ରେନିଂ ବିମାନ ଦୁର୍ଘଟଣା । ଟ୍ରେନିଂ ନେଉଥିବା ଦୁଇ ପାଇଲଟଙ୍କ ମୃତ୍ୟୁ । ବୀରାଶାଳ ଏୟାରଷ୍ଟ୍ରିପ୍ ରେ ଏବି ବିମାନ ଦୁର୍ଘଟଣା ଘଟିଛି । ଟ୍ରେନିଂ ବେଳେ ବିମାନ କ୍ରାସ୍ ହୋଇ ଖସି ପଡିଛି । ମୃତ ଦୁଇ ପାଇଲଟଙ୍କ ଭିତରୁ ଜଣେ ଟ୍ରେନର ହୋଇଥିବା ବେଳେ ଅନ୍ୟ ଜଣେ ତାଲିମ ନେଉଥିଲେ । ଟ୍ରେନିଂ ନେଉଥିବା ପାଇଲଟ ଜଣେ ମହିଳା । ବିମାନ ଖସି ପଡିବା ପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସେମାବାର ଦିନ ସକାଳ ସମୟରେ ଢେଙ୍କାନାଳର ବୀରାଶାଳ ଏୟାରଷ୍ଟ୍ରିପରେ ପ୍ରତିଦିନ ପରି ଟ୍ରେନିଂ ପାଇ ବିମାନଟି  ବାହାରିଥିଲା । ଗତ  କିଛି ଦିନ ତଳେ ହେଲା ଲକ୍‌ଡାଉନ୍‌ ପାଇଁ ଏୟାରଷ୍ଟ୍ରିପ୍‌ରେ ଟ୍ରେନିଂ ବନ୍ଦ ଥିଲା । ତେବେ କିଛି ଦିନ ହେଲା ପୁଣି ଥରେ ଟ୍ରେନିଂ ଆରମ୍ଭ ହୋଇଥିଲା । ତେବେ ଆଜି ସକାଳ ସମୟରେ ଟ୍ରେନିଂ ସମୟରେ ବିମାନଟି କ୍ରାସ୍‌ ହୋଇପଡିଥିଲା । ଯାହାକି ଏୟାରଷ୍ଟ୍ରିପ୍‌ ମଧ୍ୟରେ ପଡିଥିଲା ।

ତେବେ ବିମାନଟି କ୍ରାସ୍‌ ହେବା ଦ୍ୱାରା ଦୁଇ ଜଣ ପାଇଲଟ ଗୁରୁତର ଭାବେ ଆହତ ହୋଇଥିଲା । ସେଠାରୁ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ମୃତକଙ୍କ ମଧ୍ୟରୁ ଜଣେ ମହିଳା ପାଇଲଟ୍‌ ଥିବା ସୂଚନା ରହିଛି । ସେହିଭଳି ଘଟଣାସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ । କିପରି ଓ କେମିତି ବିମାନଟ କ୍ରାସ୍‌ ହେଲା ତାହା ଜଣାପଡିନାହିଁ ।

   Related Posts