୨୩ ତାରିଖରେ ଭୋଟ୍ ଗଣତି, ଗଞ୍ଜାମ ଜିଲ୍ଲାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

Published By : Prameya-News7 Bureau | May 16, 2019 IST

ବ୍ରହ୍ମପୁର ୧୬|୫:  ଆସନ୍ତା ୨୩ ତାରିଖରେ ହେବ ଭୋଟ୍ ଗଣତି । ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ଏବଂ ଦୁଇ ଲୋକସଭା ଆସନର ଭୋଟ୍ ଗଣତି ହେବ। ଭୋଟ୍ ଗଣତି କିଭଳି ସୁରକ୍ଷିତ ଭାବେ ହେବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି।

{"id":112439}

ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ତିନୋଟି ସ୍ଥାନରେ ଭୋଟ୍ କାଉଣ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ୯୦୦ କର୍ମଚାରୀ ନିୟୋଜିତ ରହିବେ। ସକାଳ ୮ଟାରୁ ଭୋଟ୍ କାଉଣ୍ଟିଂ ଆରମ୍ଭ ହେବ। ଏଥିପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି।

{"id":112442}

ଏହି ପ୍ରଶିକ୍ଷଣ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତି ଗଣତି କେନ୍ଦ୍ରରେ ବିଧାନସଭା ପାଇଁ ୭ ରାଉଣ୍ଡ୍ ଏବଂ ଲୋକସଭା ପାଇଁ ୭ ରାଉଣ୍ଡ୍ କାଉଣ୍ଟିଂର ବ୍ୟବସ୍ଥା କରାଯିବ ବୋଲି ଗଞ୍ଜମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.