Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିଦ୍ୟୁତ୍ କର୍ମଚାରୀମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

10/11/2021 at 6:14 PM

ଖଲ୍ଲିକୋଟ ୧୦/୧୧: ଛତ୍ରପୁର ଭାରତୀ ସେଲିବ୍ରେସନ୍ କଲ୍ୟାଣମଣ୍ଡପ ଠାରେ ଟିପିଏସ୍ଓଡିଏଲ୍ କର୍ମଚାରୀମାନଙ୍କ ନିମନ୍ତେ ଏକ ସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିବର୍ତ୍ତନ ପରାମର୍ଶଦାତା ତରଫରୁ ଟିପିଏସ୍ଓଡିଏଲ୍ ଦ୍ୱାରା ତାଲିମପ୍ରାପ୍ତ ଦିଲୀପ କୁମାର ମିଶ୍ର ଯୋଗଦେଇ ବ୍ୟବହାରିକ ସୁରକ୍ଷା ତାଲିମ ଉପରେ ଆଲୋଚନା କରିଥିଲେ ।

‘ସୁରକ୍ଷା’ କର୍ମଚାରୀମାନଙ୍କର କେବଳ କାର୍ଯ୍ୟ କ୍ଷେତ୍ର ନୁହେଁ ଗ୍ରାହକମାନଙ୍କ ସହିତ ଉତ୍ତମ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ (ଛତ୍ରପୁର-୧ ଓ ଛତ୍ରପୁର-୨ ଡିଭିଜନ) ୪୯ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ଅଧୀକ୍ଷଣ ଯନ୍ତ୍ରୀ ଇଂ ଚନ୍ଦନ ଦାସ, ନିର୍ବାହୀ ଯନ୍ତ୍ରୀ ସୁଦର୍ଶନ ବେହେରା, ଛତ୍ରପୁର ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଜକିଶୋର ବଲ୍ଲଭ, ସହକାରୀ ଯନ୍ତ୍ରୀ ଇଂ ଉମାଶଙ୍କର ଦାସଙ୍କ ଉପସ୍ଥିତିରେ ବୈଦ୍ୟୁତିକ ସୁରକ୍ଷା ବିଷୟରେ ବିଷଦଭାବେ ଆଲୋଚନା କରାଯାଇଥିଲା । ସୁରକ୍ଷା ଯନ୍ତ୍ରୀ ମନ୍ମଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

   Related Posts