ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରଶିକ୍ଷଣ ଶିବିର

Published By : Prameya-News7 Bureau | October 15, 2019 IST

ଭୁବନେଶ୍ବର ୧।୧୦: ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରଶିକ୍ଷଣ ଶିବିର । ନଭେମ୍ବର ୧ ଏବଂ ୨ ତାରିଖରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡିୟମ ପୁଣି ଥରେ ଚଳଚଞ୍ଚଳ। ହକି ଇଣ୍ଡିଆ ଲିଗ୍, ହକି ଚାମ୍ପିଅନ୍ସ ଟ୍ରଫି, ହକି ବିଶ୍ବ ଲିଗ୍ ଫାଇନାଲ୍ସ, ହକି ବିଶ୍ବ ସିରିଜ୍, ବିଶ୍ବକପ୍ ହକି ଭଳି ବୃହତ୍ ତଥା ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ସାରିଥିବା କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳକୁ ଆତିଥେୟତା ପ୍ରଦାନ କରିଛି। 

ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଲାଗି ଭାରତୀୟ ମହିଳା ଦଳର ଖେଳାଳି ପ୍ରଶିକ୍ଷକ ଜୋଏଡ୍ ମାରିନଙ୍କ ସହ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କାଙ୍କ ସହ ରାଣୀ, ଜ୍ୟୋତି, ଉଦିତା, ସବିତା, ଲାଲରେମସିଆମି, ନେହା ଗୋୟଲ, ନଭଜ୍ୟୋତ କୌର, ନଭନୀତ କୌର, ନିଶା, ମୋନିକା ରୀନା ଖୋଖର, ଗୁରଜିତ କୌର ଏବଂ ସୋନିକାଙ୍କ ଭଳି ଖେଳାଳି ଭୁବନେଶ୍ବର ପହଞ୍ଚିଛନ୍ତି। ଭାରତୀୟ ପୁରୁଷ ହକି ଦଳର ସହକାରୀ ପ୍ରଶିକ୍ଷକ କ୍ରିସ୍ ସିରିଏଲୋ, ରବିନ ଆର୍କେଲ ମଧ୍ୟ ଭୁବନେଶ୍ବର ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.