ଭାରତର ଏହି ଟ୍ରେନରେ ମିଳିବ ବିମାନ ପରି ସୁବିଧା ଓ ୨୫ ଲକ୍ଷ ଟଙ୍କାର ମାଗଣା ଜୀବନ ବୀମା

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ .- ଦେଶର ପ୍ରଥମ ବେସରକାରୀ ଟ୍ରେନ ତେଜସ ଏକ୍ସପ୍ରେସର ରୁଟ୍‌ ଓ ସମୟସାରଣୀ ବା ଟାଇମିଂ ବିଷୟରେ ଘୋଷଣା କରାଯାଇଛି । ଏହି ବେସରକାରୀ ଟ୍ରେନ ବହୁତ ଶୀଘ୍ର ଲକ୍ଷ୍ମୌ ଓ ଦିଲ୍ଲୀ ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନକୁ ଆଇଆରସିଟିସି ଚଳାଇବ । ଏଥିରେ ବିମାନ ଯାତ୍ରା ପରି ସୁବିଧା ଦିଆଯିବ ।

{"id":156878}
PHOTO COURTESY AAJTAK (PHOTO-ALOK DAS)

ଟ୍ରେନରେ ଯାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ଆଇଆରସିଟିସି ପକ୍ଷରୁ କିଛି ନା କିଛି ନୂଆ ଘୋଷଣା କରାଯାଉଛି । ଯାତ୍ରୀଙ୍କ ପାଇଁ ଆରମଦାୟକ ଲାଉଞ୍ଜର ବ୍ୟବସ୍ଥା କରାଯାଇଛି ।ଏଥିରେ ସମସ୍ତ ସୁବିଧା ବିନାମୂଲ୍ୟରେ ମିଳିବ । ମିଟିଙ୍ଗ ପାଇଁ ଏକ୍ସିକ୍ୟୁଟିଭ୍‌ ଲାଉଞ୍ଚ ବି ସଂରକ୍ଷଣ କରିପାରିବେ ।
ଆଇଆରସିଟିସି ଏହି ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ୨୫ ଲକ୍ଷ ଟଙ୍କାର ଜୀବନବୀମା ପ୍ରଦାନ କରିବ । ଏହା ବି ବିନାମୂଲ୍ୟରେ ମିଳିବ ।

{"id":156879}

ଲକ୍ଷ୍ମୌ ଷ୍ଟେସନରେ ତେଜସର ଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ବିଶ୍ରାମାଗାର ମିଳିବ । ଏଥିରେ ସଂରକ୍ଷଣ ପାଇଁ କୌଣସି କୋଟାର ବ୍ୟବସ୍ଥା ନାହିଁ । ୫ ବର୍ଷରୁ ବଡ ପିଲାଙ୍କୁ ଏଥିରେ ଯାତ୍ରା କରିବା ପାଇଁ ସମ୍ପୂର୍ଣ୍ଣ ଟିକେଟର ମୂଲ୍ୟ ଦେବାକୁ ହେବ । ଏକ୍ସିକ୍ୟୁଟିଭ୍‌ ଶ୍ରେଣୀ ଓ ଏସି ଚେୟାର କାର୍‌ରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୫ଟି ଲେଖାଏଁ ଆସନ ସଂରକ୍ଷିତ ରହିଛି ।

ତେଜସ୍‌ ଏକ୍ସପ୍ରେସ ମାତ୍ର ୬ ଘଣ୍ଟା ୧୫ ମିନିଟରେ ଲକ୍ଷ୍ମୌରୁ ଦିଲ୍ଲୀ ମଧ୍ୟରେ ଥିବା ଦୂରତା କୁ ଅତିକ୍ରମ କରିବ । ଏଥିରେ ବିମାନସେବା ପରି ଡାଇନାମିକ୍‌ ଦର ରହିବ । ଆଇଆରସିଟିସିର ଓ୍ୱେବସାଇଟରେ ଏଥିପାଇଁ ଟିକେଟ ବୁକିଂ କରିପାରିବେ । ଅନ୍ୟ ଅନଲାଇନ ପ୍ଲାଟଫର୍ମ ଯେପରିକି ପେଏଟିଏମ୍, ଫୋନ୍‌ ପେ, ମେକ୍‌ ମାଇ ଟ୍ରିପ, ଗୁଗୁଲ ଆଇବିବୋ ଓ ରେଳଯାତ୍ରୀରେ ବି ଟିକେଟ ସଂରକ୍ଷଣ କରିହେବ ।

ସକାଳ୬ଟା୧୦ ମିନିଟରେ ଏହା ଲକ୍ଷ୍ମୌରୁ ବାହାରି ମଧ୍ୟାହ୍ନ ୧୨ଟା୨୫ ମିନିଟରେ ଦିଲ୍ଲୀରେ ପହଞ୍ଚିବ । ସେହିପରି ଅପରାହ୍ନ ୪ଟା ୩୦ରୁ ଦିଲ୍ଲୀରୁ ବାହାରି ରାତି ୧୦ଟା ୪୫ ମିନିଟରେ ଲକ୍ଷ୍ମୌରେ ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.