ଦୁର୍ଘଟଣାରୁ ବର୍ତ୍ତିଗଲା ମାଲବାହୀ ଟ୍ରେନ୍, ବ୍ରିଜ୍ ଉପରେ ମଝିରୁ ଅଲଗା ହୋଇଗଲା

Published By : Prameya-News7 Bureau | November 12, 2020 IST

ଲକ୍ଷ୍ମୀପୁର ୧୨।୧୧: ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ୍ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେସନରୁ ଏକ କିଲୋମିଟର ଦୂରରେ ଏକ ମାଲବାହୀ ଟ୍ରେନ୍ ମଝିରୁ ଅଲଗା ହୋଇଯାଇଛ । ପଛ ଅଂଶ ବ୍ରିଜ୍ ଉପରେ ରହିଯାଇଥିଲା । ଡ୍ରାଇଭର ସଙ୍ଗେ ସଙ୍ଗେ ଗାର୍ଡଙ୍କଠାରୁ ଖବର ପାଇ ଟ୍ରେନ୍ କୁ ଅଟକାଇ ରଖିବାରେ ସକ୍ଷମ ହୋଇଥିଲେ ।

{"id":360412,"sizeSlug":"large"}

ଦୁର୍ଘଟଣା ଯୋଗୁଁ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ରେଳ ଧାରଣା ଉପରେ ହିଁ ଦୁଇଭାଗ ହୋଇଥିବା ଟ୍ରେନ୍ ଅଟକି ରହିଥିଲା । ଦାମନଯୋଡିରୁ ଆକୁମିନିୟମ ପାଉଡର ନେଇ ବିଶାଖାପାଟଣା ଯାଉଥିଲା ଟ୍ରେନ୍ । ଘଟଣାସ୍ଥଳରେ ମେକାନିକ୍ ଟିମ୍ ପହଞ୍ଚି ଟ୍ରେନକୁ ଯୋଡିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.