ସ୍ବପ୍ନହେଲା ପୂରଣ: ନୟାଗଡ-ମହୀପୁର ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିଲା ଟ୍ରେନ୍

Published By : Prameya-News7 Bureau | July 25, 2019 IST

ନୟାଗଡ୨୫|୭: ଖୋର୍ଦ୍ଧ। ବଲାଙ୍ଗିର ରେଳପଥର ନୟାଗଡଠାରୁ ମହିପୁରକୁ ଆଜି ପରୀକ୍ଷାମୂଳକଭାବେ ଗଡିଲା ଟ୍ରେନ୍ ବଗି । ରେଳ ସୂରକ୍ଷା ଆୟୁକ୍ତଙ୍କ ଉପସ୍ଥିତିରେ ଏହି ୧୨କି.ମି. ରାସ୍ତାରେ ଆଜି ରେଳ ଗଡିଛି । ଦିନ ପ୍ରାୟ ୧୧ଟା ସମୟରେ ନୟାଗଡ ଟାଉନ୍ ଷ୍ଟେସନ୍ ଠାରୁ ୧୦ ବଗି ବିଶିଷ୍ଟ ରେଳ ବାହାରି ମହିପୁର ଅଭିମୁଖେ ଯାଇଥିଲା ।

{"id":137327}

ପରେ ୫ଟି ଟ୍ରଲିରେ ରେଳ ସୂରକ୍ଷା ଆୟୁକ୍ତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଲାଇନ୍ ଅନୁଧ୍ୟାନକରି ମହିପୁର ପର୍ଯ୍ୟନ୍ତ ଯାଇଥିଲେ । ଗତ ୨୧ତାରିଖରେ ପରୀକ୍ଷାମୂଳକଭାବେ ନୟାଗଡ ଟାଉନ୍ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ରେଳ ଇଞ୍ଜିନ୍ ଚଳାଚଳ କରିଥିଲା । ସେପଟେ ଟ୍ରେନକୁ ସ୍ବାଗତ କରିବାକୁ ମହିପୁର ଷ୍ଟେସନରେ ବହୁ ସଂଖ୍ୟାରେ ଜନସାଧାରଣ ଅପେକ୍ଷା କରି ରହିଥିଲେ ।

{"id":137328}

ବହୁଦିନର ସ୍ବପ୍ନ ପୁରଣ ହେବାକୁ ଯାଉଥିବାରୁ ଲୋକଙ୍କ ମନରେ ନାହଁନିଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ବଲାଙ୍ଗିର ରେଳପଥର ୮୦କି.ମି. ରେଳ ଚଳାଚଳ କରୁଥିବାବଳେ ଆଜିର ଅନୁଧ୍ୟାନ ପରେ ଆଉ ୧୨କି.ମି. ପର୍ଯ୍ୟନ୍ତ ରେଳ ଚାଲିବ । ଅନୁଧ୍ୟାନ ପରେ ନିୟମିତ ରେଳ ରେଳଚଳାଚଳ ପାଇଁ ଟ୍ରାକ ଠିକ୍ ଥିବା ରେଳ ସୂରକ୍ଷା ଆୟୁକ୍ତ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.