୨ ବର୍ଷରେ ଚଳନ୍ତା ଟ୍ରେନରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୧୬୫ ମହିଳା, ଲୁଟିଛନ୍ତି ୪ ହଜାର ଯାତ୍ରୀ

Published By : Prameya-News7 Bureau | March 01, 2020 IST

ନୂଆଦିଲ୍ଲୀ ୧।୩: ଦେଶରେ ରେଳଯାତ୍ରା ବେଳକୁ ବେଳ ଅସୁରକ୍ଷିତ ହୋଇପଡିଛି। ରେଳବାଇଙ୍କ ସୂତ୍ରରୁ ଆରଟିଆଇରେ ମିଳିଥିବା ସୂଚନା ଅନୁସାରେ ଗତ ୨ ବର୍ଷରେ ଚଳନ୍ତା ରେଳରେ ୧୬୫ ମହିଳାଙ୍କ ପ୍ରତି ଦୁଷ୍କର୍ମ ହୋଇଥିବା ବେଳେ ୫୪୨ ଯାତ୍ରୀଙ୍କୁ ହତ୍ୟା କରାଯାଇଛି। ସେହିପରି ଯାତ୍ରା ସମୟରେ ୪ହଜାର ୭୧୮ ଯାତ୍ରୀ ଲୁଟପାଟର ଶିକାର ହୋଇଛନ୍ତି। ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ମିଳିଥିବା ଏହି ଅପରାଧର ହିସାବ ଏବେ ରେଳରେ ଯାତ୍ରା କରିବା ପୂର୍ବରୁ ଲୋକଙ୍କୁ ପୁଣି ଥରେ ଭାବିାବକୁ ହୁଏତ ବାଧ୍ୟ କରିପାରେ ବୋଲି ଅନୁମାନ କରାଯାଉଛି।

{"id":231294,"width":578,"height":324,"sizeSlug":"large"}

୨୦୧୭ରୁ ୧୯ ମଧ୍ୟରେ ହୋଇଥିବା ଏହି ସବୁ ଅପରାଧରୁ ରେଳବାଇ ପରିସରରେ ୧୩୬ଟି ଦୁଷ୍କର୍ମ ଘଟଣା ଘଟିଥିବାର ସୂଚନାରୁ ଜଣାପଡିଛି। ସେହିପରି ଚଳନ୍ତା ଟ୍ରେନରେ ୨୯ ଜଣ ମହିଳାଙ୍କ ସହ ଘୃଣ୍ୟ ଆଚରଣ କରାଯାଇଥିବାର ରେଳବାଇ ଥାନାରେ ଅଭିଯୋଗ ହୋଇଛି। ତେବେ ୨୦୧୭ର  ଅପରାଧ ୨୦୧୯ ବେଳକୁ ଆଂଶିକ ହ୍ରାସ ହୋଇଥିଲେ ହେଁ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ୨୦୧୯ରେ ଚଳନ୍ତା ରେଳରେ ମହିଳାଙ୍କ ପ୍ରତି ଅପରାଧ ସମ୍ପର୍କିତ ୪୪ଟି ଅଭିଯୋଗ ହୋଇଥିବାର ଜଣାପଡିଛି।

{"id":231295,"sizeSlug":"large"}

ଦୁଷ୍କର୍ମ ବ୍ୟତୀତ ଏହି ସମୟରେ ଚଳନ୍ତା ଟ୍ରେନରେ ମହିଳାଙ୍କ ପ୍ରତି ଅସଦାଚରଣର ୧ହଜାର ୬୭୨ଟି ଅଭିଯୋଗ ହୋଇଛି। ଏଥିରୁ ୮୦୨ଟି ରେଳବାଇ ପରିସରରେ ହୋଇଥିବା ବେଳେ ୮୭୦ଟି ମାମଲା ଚଳନ୍ତା ଟ୍ରେନରେ ହୋଇଥିବାର ଅଭିଯୋଗରୁ ଜଣାପଡିଛି। ସେହିପରି ଏହି ସମୟରେ ରେଳବାଇରେ ୭୭୧ଟି ଅପହରଣ ଓ ୪ହଜାର ୭୧୮ଟି ଲୁଟ ମାମଲା ମଧ୍ୟ ରୁଜୁ ହୋଇଛି। ସେହିପରି ରେଳରେ ୨୧୩ଟି ହତ୍ୟା ଉଦ୍ୟମ ହୋଇଥିବା ବେଳେ ୫୪୨ ଜଣଙ୍କୁ ହତ୍ୟା କରିଦିଆଯାଇଛି।

{"id":231298,"width":573,"height":429,"sizeSlug":"large"}

ରେଳବାଇ ଆଇନ ଶୃଙ୍ଖଳା ସମ୍ବଦ୍ଧିତ ରାଜ୍ୟ ସରକାରମାନଙ୍କର ରେଳବାଇ ପରିସର ସମେତ ଚଳନ୍ତା ଟ୍ରେନରେ ଅପରାଧ ନିୟନ୍ତ୍ରଣ, ମୋକଦ୍ଦମା ରୁଜୁ ଓ ସେଗୁଡିକର ତଦନ୍ତ ରାଜ୍ୟ ସରକାରଙ୍କ ପୋଲିସ କରିଥାଏ। ତେବେ ରେଳଯାତ୍ରାରେ ବଢୁଥିବା ଅସୁରକ୍ଷାର ପରିବେଶରୁ ମହିଳାଙ୍କ ସୁରକ୍ଷା ଲାଗି କେନ୍ଦ୍ର ରେଳମନ୍ତ୍ରାଳୟ କିଛି ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି ଏଥିରେ ୨ହଜାର ୨୦୦ ଟ୍ରେନରେ ଏବେ ଆରପିଏଫ ସୁରକ୍ଷା ଯୋଗାଇ ଦିଆଯାଇଛି। ସେହିପରି ସିକ୍ୟୁରିଟି ହେଲ୍ପ ଲାଇନ ୧୮୨କୁ ସଞ୍ଚାଳିତ କରାଯାଇଛି। ଏହା ଛଡା ଦେଶରେ ଲେଡିଜ୍ ସ୍ପେଶାଲ ଟ୍ରେମ ମଧ୍ୟ ସଞ୍ଚାଳନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.