ଶ୍ରମିକଙ୍କଠୁ ଭଡା ଅସୁଲ ନେଇ ରାଜନୀତି: ବିଜେପି କହିଲା- ରେଲଓ୍ଵେ ୮୫ ପ୍ରତିଶତ ଏବଂ ରାଜ୍ୟ ୧୫ ପ୍ରତିଶତ ଖର୍ଚ୍ଚ ବହନ କରୁଛି

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪।୦୫: ଗତ ୪୦ ଦିନ ହେବ ଲକ୍‌ଡାଉନ୍‌ରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟର ଫେରାଇ ନିଆଯିବାକୁ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ହେଲେ ଏହାର ଭଡାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ କେନ୍ଦ୍ରର ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଯଦି ସରକାର ବିଦେଶରେ ଫସି ଥିବା ଲୋକଙ୍କୁ ମାଗଣାରେ ଦେଶକୁ ଆଣି ପାରୁଛନ୍ତି ତେବେ ନିଜ ଦେଶର ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକଙ୍କଠୁ କଣ ପାଇଁ ଟ୍ରେନ୍ ଭଡା ଅସୁଲ କରାଯାଉଛି।

କେନ୍ଦ୍ର ସରକାର ବିରୋଧୀଙ୍କ ଏହି ପ୍ରଶ୍ନ ଉପରେ ନିରବ ରହିଛି, ମାତ୍ର ଏଥିରେ ସମ୍ବନ୍ଧିତ ସୂତ୍ର ଅନୁଯାୟୀ ଏହି ଶ୍ରମ ଜୀବୀଙ୍କ ଯାତ୍ରାରେ ୮୫ ପ୍ରତିଶତ ଖର୍ଚ୍ଚ ରେଲଓ୍ଵେ ଏବଂ ବାକି ଖର୍ଚ୍ଚ ସମ୍ବନ୍ଧିତ ରାଜ୍ୟ ସରକାର ବହନ କରୁଛନ୍ତି। ଏହା ମଧ୍ୟରେ ରେଲଓ୍ଵେର ଏକ ଲେଟ୍‌ର ସାମ୍ନାକୁ ଆସିଛି, ଯେଉଁଥିରେ ରାଜ୍ୟ ସରକାରଙ୍କୁ କୁହାଯାଇଛି ଯେ, ସେମାନେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କଠୁ ଟିକେଟ୍ ଦେଇ ସେମାନଙ୍କଠୁ ପଇସା ନିଅନ୍ତୁ ଏବଂ ରେଲଓ୍ଵେକୁ ଦିଅନ୍ତୁ।

{"id":264534,"sizeSlug":"large"}

ଏହି ବିବାଦରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ନିଷ୍ପତ୍ତି ନୂତନ ମୋଡ ନେଇଛି। ସୋନିଆ ଘୋଷଣା କରିଛନ୍ତି ଯେ, କଂଗ୍ରେସ  ଗରିବ  ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ଉଠାଇବ। ଏହାର ଜବାବରେ ବିଜେପି କହିଛି ଯେ, ରେଲଓ୍ଵେ ୮୫ ପ୍ରତିଶତ ଏବଂ ସମ୍ବନ୍ଧିତ ରାଜ୍ୟ ସରକାର ୧୫ ପ୍ରତିଶତ ଖର୍ଚ୍ଚ ପରିବହନ କରୁଛନ୍ତି।

ଏହି ମାମଲାରେ କେନ୍ଦ୍ର ସରକାର ସରକାରୀ ଭାବେ କିଛି କହିବାକୁ ପଛଘୁଞ୍ଚା ଦେଇଛି। ସୂତ୍ର ଅନୁଯାୟୀ ରାଜ୍ୟ ସରକାର ରେଲଓ୍ଵେକୁ ସେହି ଲୋକଙ୍କ ତାଲିକା ଦେଇଥିଲା, ଯିଏ ଲକ୍‌ଡାଉନ୍ ସମୟରେ ଫସି ରହିଛନ୍ତି ଏବଂ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି। ରାଜ୍ୟ ସରକାରଙ୍କ ଏହି ତାଲିକା ଆଧାରରେ ସ୍ଵତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିଛନ୍ତି। ରେଲଓ୍ଵେ ଏହି ଯାତ୍ରାର ୮୫ ପ୍ରତିଶତ ଖର୍ଚ୍ଚ ବହନ କରୁଛି। ବାକି ୧୫ ପ୍ରତିଶତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ କୁହାଯାଇଛି।

{"id":264536,"sizeSlug":"large"}

ବିଜେପି ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗିଦାରୀ ଉଲ୍ଲେଖ କରି କଂଗ୍ରେସ ଉପରେ ହମଲା କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ୍ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇ କହିଛନ୍ତି, କୌଣସି ବି ଷ୍ଟେସନ୍‌ରେ ଟିକେଟ୍ ନ ବିକିବାକୁ ଗୃହ ମନ୍ତ୍ରଣାଳୟର ଗାଇଡ୍‌ ଲାଇନ୍‌ରେ ସ୍ପଷ୍ଟ ଭାବେ ଲେଖା ହୋଇଛି।

ମାତ୍ର ଆରୋପ-ପ୍ରତ୍ୟାରୋପ ମଧ୍ୟ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଯେଉଁ ୧୫ ପ୍ରତିଶତ ଭଡାର କଥା କୁହାଯାଉଛି, ତାହା ସାଧାରଣ ଭଡାଠୁ କେତେ କମ କାରଣ ରେଲଓ୍ଵେ ଯେଉଁ ଖର୍ଚ୍ଚ ଯୋଡିଛି ସେଥିରେ ଟ୍ରେନର ଖର୍ଚ୍ଚଠୁ ନେଇ ସାମାଜିକ ଦୂରତ୍ଵ, ଖାଦ୍ୟପୈୟ ଏବଂ ସ୍କ୍ରିନିଂ ବ୍ୟବସ୍ଥା ଓ ଟ୍ରେନ୍ ଖାଲି ଫେରିବାରେ ହେଉଥିବା ଖର୍ଚ୍ଚ ମଧ୍ୟ ସାମିଲ ଥିବା କଥା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.