Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଅଗଷ୍ଟ ୧୨ ଯାଏଁ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ବାତିଲ

25/06/2020 at 10:27 PM

ନୂଆଦିଲ୍ଲୀ, ୨୫|୦୬:    ଦେଶରେ କରୋନା ସଂକ୍ରମଣ ପାଇଁ ଟ୍ରେନ୍ ସେବା ଠପ୍ ହୋଇଯାଇଥିଲା । କିନ୍ତୁ ପରେ କିଛି ସ୍ୱତନ୍ତ୍ର ଟ୍ରେନ ଓ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିଥିଲା । ଏବେ ରେଳବାଇ ପୁଣି ଅଗଷ୍ଟ ୧୨ ଯାଏଁ ନିୟମିତ ଭାବେ ଚଳାଚଳ କରୁଥିବା ଟ୍ରେନ, ମେଲ୍, ଏକ୍ସପ୍ରେସ, ପାସେଞ୍ଜର୍ ସେବାକୁ ରବ୍ଦ କରିଛି ।

ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏଁ ଯେଉଁମାନେ ଟିକେଟ୍ ବୁକ୍ କରିଛନ୍ତି ସେମାନଙ୍କ ଟିକେଟ୍ ରବ୍ଦ କରାଯାଇଛି ।  ଜୁନ ୩୦ ମଧ୍ୟରେ ବୁକ୍ କରାଯାଉଥିବା ସମସ୍ତ ଟିକେଟର ଟଙ୍କା ରିଫଣ୍ଡ ମିଳିବ । ସେହିପରି ଜୁଲାଇ ୧ରୁ ଅଗଷ୍ଟ ୧୨ ମଧ୍ୟରେ ସମସ୍ତ ଟିକେଟକୁ କ୍ୟାନସଲ୍ କରାଯାଇ ଫୁଲ୍ ରିଫଣ୍ଡ୍ କରାଯିବ । ତେବେ ସ୍ୱତନ୍ତ୍ର ରାଜଧାନୀ, ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ ପୂର୍ବଭଳି ଚଳାଚଳ କରିବ ।

ରେଳବାଇ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକଙ୍କ ପାଇଁ ଶ୍ରମିକ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା । ଏବେସୁଦ୍ଧା ୪୪୩୬ଟି ଶ୍ରମିକ ଟ୍ରେନ ଚଳାଚଳ କରିସାରିଛି । ୬୨ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଛନ୍ତି ।

ସୂଚନାଯୋଗ୍ୟ, ଭିନ୍ନ ଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀଙ୍କ ପାଇଁ ରେଳବାଇ ମେ ୧୨ରୁ ୧୫ ଯୋଡା ରାଜଧାନୀ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଥିଲା । ଏହି ଟ୍ରେନକୁ ରାଜ୍ୟର ରାଜଧାନୀ ଓ ବଡ ସହର ମଧ୍ୟରେ ଚଳାଚଳ କରିଥିଲା ।

   Related Posts