ଆଜି ପରୀକ୍ଷାମୂଳକ ଭାବେ ଚାଲିବ ଦେଶର ବହୁ ପ୍ରତିକ୍ଷୀତ ଟ୍ରେନ୍ ଟି-୧୮

Published By : Prameya-News7 Bureau | November 17, 2018 IST

ନୂଆଦିଲ୍ଲୀ ୧୭|୧୧: ଆଜି ଦେଶର ବହୁ ପ୍ରତିକ୍ଷୀତ ଟ୍ରେନ ଟି-୧୮ ପରୀକ୍ଷାମୂଳକ ଭାବେ ଚାଲିବ । ଏହି ଟ୍ରେନକୁ ବରେଲିରୁ ମୁରାଦାବାଦ ମଧ୍ୟରେ ଚାଲିବ । ବରେଲି ମୋରାଦାବାଦ୍ ସେକ୍ସନରେ ଏହାର ପରୀକ୍ଷା କରାଯିବ । ଏହି ଟ୍ରେନ ଘଣ୍ଟାକୁ ଶହେ ୬୦ କିଲୋମିଟର ବେଗରେ ଯାଇପାରିବ । ଯାହାକି ଶତାବ୍ଦୀ ଏକ୍ସପ୍ରେସ ସହିତ ତୁଳନୀୟ । ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରି ଚେନ୍ନାଇରେ ଏହାର ତିଆରି କରାଯାଇଥିଲା । ଚେନ୍ନାଇରୁ ଏହି ଟ୍ରେନ୍ ଦିଲ୍ଲୀ ଯାତ୍ରା କରିଥିଲା । ଆଉ ଆଜି ଏହାର ଟ୍ରାଏଲ ରନ ହେବ । ଏଥିରେ ରହିଛି ୧୬ଟି ବଗି । ଟ୍ରେନ୍ ଏଇଟିନରେ ମିଳିବ ସବୁ ଅତ୍ୟାଧୁନିକ ସୁବିଧା । ଅଟୋମେଟିକ୍ ଡୋର୍, ଜିପିଏସ ସିଷ୍ଟମ, ଇଣ୍ଟରନେଟର ସୁବିଧା ମିଳିବ । ଫ୍ରେଞ୍ଚ ସିଷ୍ଟମ ସହାୟତାରେ ଏହାର ସୁରକ୍ଷା ବ୍ୟବସ୍ଥା ତିଆରି କରାଯାଇଛି । ଆଉ ଏହି ଟ୍ରେନ ଦେଶର ଶତାବ୍ଦୀ ଟ୍ରେନ୍ ଚଳାଚଳ କରୁଥିବା ରୁଟରେ ହିଁ ଚଳାଚଳ କରିବ । ପ୍ରଥମ ଥର ଏହି ଟ୍ରେନକୁ ଦିଲ୍ଲୀ-ଭୋପାଳ ମଧ୍ୟରେ ଚଳାଚଳ କରାଯିବାର ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ଏହାକୁ ଭୋପାଳ ବଦଳରେ ମୁରାଦାବାଦକୁ ଯୋଗାଯୋଗ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହା ଶତାବ୍ଦୀର ତର୍ଜମାରେ ନିର୍ମିତ କରାଯାଇଛି । ୧୬ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ସେଟ୍ ବିଶ୍ବସ୍ତରୀୟ ମାନକର ଅନୁରୂପ ହୋଇଛି । ଏହା ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳ ଏବଂ ଡିଜାଇନ୍ ରେ ନିର୍ମିତ ହୋଇଛି । ଏହାକୁ ନିର୍ମାଣ କରିବାରେ ଶହେ କୋଟିର ଖର୍ଚ୍ଚ ହୋଇଛି ।  ଏହା ଭାରତୀୟ ଇତିହାସରେ ବିରଳ । ଏହାକୁ ପରୀକ୍ଷାମୂଳକ ଭାବେ ଚଲାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.