Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ବ୍ରଜରାଜନଗର ରେଳ ଷ୍ଟେସନରେ ଉତ୍କଳ ଏକ୍ସପ୍ରେସ୍ ରହଣି ବାତିଲ ପ୍ରତିବାଦରେ ରେଳରୋକ

28/01/2021 at 11:55 AM

ଝାରସୁଗୁଡା ୨୮।୧: ଝାରସୁଗୁଡା ବ୍ରଜରାଜନଗର ରେଳ ଷ୍ଟେସନରେ ଉତ୍କଳ ଏକ୍ସପ୍ରେସ ଟ୍ରେନର ରହଣୀ ବାତିଲ ପ୍ରତିବାଦରେ ରେଳରୋକ ।ଦୀର୍ଘ ୫୦ ବର୍ଷ ତଳୁ ବ୍ରଜରାଜନଗରରେ ଅଟକି ଆସୁଥିବା ଉତ୍କଳ ଏକ୍ସପ୍ରେସ ଟ୍ରେନ୍ । କରୋନା କଟକଣା ହଟିବାପରେ ଆଜିଠାରୁ ଚାଲୁ ହୋଇଛି ହରିଦ୍ବାର-ପୁରୀ ଉତ୍କଳ ଏକ୍ସପ୍ରେସ । ପୁରୀ-ଯୋଧପୁର ଟ୍ରେନର ଷ୍ଟପେଜ୍ ବାତିଲ ପରେ ଉତ୍କଳ ଏକ୍ସପ୍ରେସର ଷ୍ଟପେଜ୍ ବାତିଲ କରାଯିବାରୁ ବ୍ରଜରାଜନଗର ଜନତା କ୍ଷୁବ୍ଧ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବୁଧବାରଠାରୁ ଏହି ନିୟମ ଲାଗୁ ହେବା ପରେ ବ୍ରଜରାଜନଗରରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ତେବେ ଗୁରୁବାର ସକାଳେ ରେଳ ରୋକ କରିବାକୁ ବ୍ରଜରାଜନଗର ସହରର ସମସ୍ତ ବ୍ୟବସାୟୀ ନିଜ ଦୋକାନ ବନ୍ଦ କରି ବ୍ରଜରାଜନଗର ରେଳ ଷ୍ଟେସନରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଏହି ଟ୍ରେନ ରହିବାର ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବ୍ରଜରାଜନଗରବାସୀ । ତେବେ ଏନେଇ ବ୍ରଜରାଜନଗର ରେଳ ଷ୍ଟେସନଠାରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଆରପିଏଫ ପୋଲିସ ମୁତୟନ ଥିବାବେଳେ ଓଏସଏପିର ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଅନ୍ୟ ପକ୍ଷରେ ଯଦି ଦାବି ପୂରଣ ନହେବ ତେବେ ଆଗାମୀ ସମୟରେ ଆହୁରି ଶକ୍ତ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି।

   Related Posts