ମହାନଦୀ କୋଇଲା ଠିକା ଶ୍ରମିକ ପକ୍ଷରୁ ରେଳରୋକ: ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ

Published By : Prameya-News7 Bureau | January 13, 2021 IST

ଅନୁଗୋଳ୧୩/୧: ଟ୍ରକ ମାଲିକମାନଙ୍କର ମନମାନି। କୋଇଲା ବୋଝେଇ ଟ୍ରକଗୁଡିକରେ ପାଲ ଘୋଡ଼ାଇବା ବଦଳରେ ଖୋଲମଖୋଲା ପରିବହନ କରୁଛନ୍ତି। ଏପରି କି ଟ୍ରେନୱାଗନରେ ଚାଲାଣା ହେଉଥିବା କୋଇଲାରେ ମଧ୍ୟ କୌଣସି ଆବନ୍ଧ ରହୁ ନାହିଁ। ଯାହାଫଳରେ ବାୟୁ ପ୍ରଦୂଷଣ ହେଉଛି। ଯାହାଫଳରେ ସ୍ଥାନୀୟ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତାଳଚେର କୋଇଲା ଖଣିରୁ ପରିବହନ ହେଉଥିବା ଟ୍ରକଗୁଡିକରେ ପାଲ ଭିଡା ଯାଉନଥିବା ଅଭିଯୋଗ ହୋଇଛି।  

ଏହି କୋଇଲା ପରିବହନ କରୁଥିବା ଟ୍ରକ ଓ ଟ୍ରେନ ୱାଗନ ଗୁଡିକରେ ପାଲ ଭିଡ଼ିବା ନେଇ ତାଳଚେର ଡେରା ଓଭର ବ୍ରଜି ଠାରେ ମହାନଦୀ କୋଇଲା ଠିକା ଶ୍ରମିକ ସଂଘ ପକ୍ଷରୁ ରେଳରୋକ କରାଯାଇଥିଲା। ପରେ ଘଟଣା ସ୍ଥଳରେ କଲିୟରୀ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇଆଣି ଥାନାରେ ଅଟକ ରଖି କୋଇଲା ବୋଝେଇ ଟ୍ରେନ ଗୁଡିକ ସ୍ବାଭାବିକ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.