ନୟାଗଡ଼ରୁ ମହିପୁରକୁ ଗଡ଼ିଲା ଟ୍ରେନ, ଧର୍ମେନ୍ଦ୍ର କଲେ ଟ୍ବିଟ୍‌

Published By : Prameya-News7 Bureau | December 26, 2019 IST

ଭୁବନେଶ୍ବର୨୬/୧୨: ନୟାଗଡ଼ରୁ ମହିପୁରକୁ ଗଡ଼ିଲା ଟ୍ରେନ। ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନୟାଗଡ଼ ଷ୍ଟେସନରୁ ଆଜି ମହିପୁର ଅଭିମୁଖେ ଯାତ୍ରା କରିଛି ଟ୍ରେନ।  ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧା ରୋଡ୍‌-ନୟାଗଡ଼ ଟାଉନ ପାସେଞ୍ଜର ଟ୍ରେନକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଅନ୍ୟପକ୍ଷରେ ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିବ କଳା ସଂସ୍କୃତିର ଝଲକ ।ସେହିପରି ଅଣ ସଂରକ୍ଷିତ ଟିକେଟ୍‌ ଓଡ଼ିଆରେ ମଧ୍ୟ ପ୍ରଚଳନ ଆଜିଠୁ ଆରମ୍ଭ ହୋଇଛି ।

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍‌ ଆଗେଇଲା ଆଉ ପାଦେ ।ନୟାଗଡ଼ରୁ ମହିପୁରକୁ ଗଡ଼ିଲା ଟ୍ରେନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ବିଧାୟକ ଅରୁଣ ସାହୁ, ପୁରୀ ସାଂସଦ ପିନାକୀ ମିଶ୍ର ଓ ଦଶପଲ୍ଲା ବିଧାୟକ ରମେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ଖୋର୍ଦ୍ଧା ରୋଡରୁ ନୟାଗଡ଼ ଅଭିମୁଖେ ଦୁଇଟି ପାସେଞ୍ଜର ଟ୍ରେନ ଯାତାୟତ କରୁଛି । ପ୍ରତିଦିନ ସକାଳ ୭ଟା ୧୫ରେ ଗୋଟିଏ ଟ୍ରେନ ଖୋର୍ଦ୍ଧାରୁ ବାହାରି ୯ଟା ୧୫ରେ ମହିପୁରରେ ପହଁଞ୍ଚିବ। ସେହି ଟ୍ରେନ ୯ଟା ୪୫ରେ ପୁଣି ଖୋର୍ଦ୍ଧା ରୋଡ ଅଭିମୁଖେ ଯାତ୍ରା କରିବ।

wp:core-embed/twitter {"url":"https://twitter.com/dpradhanbjp/status/1210141580599840768","type":"rich","providerNameSlug":"twitter","className":""}
https://twitter.com/dpradhanbjp/status/1210141580599840768
/wp:core-embed/twitter

 ସେହିପରି ଅନ୍ୟ ଏକ ଟ୍ରେନ ସନ୍ଧ୍ୟା ୭ଟା ୩୦ରେ ଖୋର୍ଦ୍ଧାରୁ ବାହାରି ରାତି ୯ଟା ୩୦ରେ ନୟାଗଡ଼ରେ ପହଁଞ୍ଚିବ। ଗତଜୁଲାଇ ମାସରେ ପ୍ରଥମେ ନୟାଗଡ଼ରୁ ମହିପୁର ଅଭିମୁଖେ ଟ୍ରେନ ଟ୍ରାଏଲ ରନ କରିଥିଲା। ସେହିପରି ଗତ ୨୦୧୭ ଜୁନ୍  ୧୯ରେ ନୟାଗଡ଼କୁ ପ୍ରଥମେ ଟ୍ରେନ ଚଳାଚଳ କରିଥିଲା। ଏବେ ସୁଦ୍ଧା ଖୋର୍ଦ୍ଧା ବଲାଙ୍ଗିର ରେଳପଥର ଖୋର୍ଦ୍ଧା ରୋଡରୁ ୬୭ କିଲୋମିଟର ପର୍ଯ୍ୟନ୍ତ ରେଳ ଧାରଣା କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବଲାଙ୍ଗିର ପାର୍ଶ୍ବରୁ ୧୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତାକାମ ସମୂର୍ଣ୍ଣ ହୋଇଛି ।

ସେପଟେ ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିବ ଓଡ଼ିଶାର ଛାପ । ସାରା ଭାରତ ଦେଖିବ ଉତ୍କଳୀୟ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଭରା କିର୍ତ୍ତିରାଜି । ଟ୍ରେନରେ ସ୍ଥାନ ପାଇଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା, କୋଣାର୍କର କିର୍ତ୍ତିରାଜି, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଚଉଷଠି ଯୋଗିନୀ, ବାଲେଶ୍ବରର ତାଳସାରି ବେଳାଭୂମି, ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ, ଭିତରକନିକା, ରତ୍ନଗିରିର ବୌଦ୍ଧ କିର୍ତ୍ତିରାଜି, ଶିମିଳିପାଳ ଅଭୟାରଣ୍ୟ ସହ ବିଭିନ୍ନ ଜଳପ୍ରପାତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଷ୍ଟେସନରେ ଏହି ଟ୍ରେନର ଉଦଘାଟନ କରିଛନ୍ତି । ଏହା ଦ୍ବାରା ଓଡ଼ିଶାର ପର୍ଯ୍ୟଟନକୁ ରାଜ୍ୟ ତଥା ରାଜ୍ୟ ବାହାରେ ବ୍ରାଣ୍ଡିଂ କରାଯାଇପାରିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.