ପଶ୍ଚିମବଙ୍ଗରେ ବିକ୍ଷୋଭ ଯୋଗୁଁ ଓଡ଼ିଶାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

Published By : Prameya-News7 Bureau | December 14, 2019 IST

ଭୁବନଶ୍ୱର ୧୪।୧୨ - ପଶ୍ଚିମବଙ୍ଗରେ ନାଗରିକ ସଂଶୋଧନ ବିଲ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଭିନ୍ନ ରେଳ ଷ୍ଟେସନମାନଙ୍କରେ ବିକ୍ଷୋଭକାରୀମାନେ ହିଂସାତ୍ମକ ପ୍ରଦର୍ଶନ ଜାରି ରଖିଥିବାରୁ ପଶ୍ଚିମବଙ୍ଗ ଦେଇ ଯାତାୟତ କରୁଥିବା ବିଭିନ୍ନ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ଖଡଗପୁର ଓ ସଂକ୍ରାଏଲ୍‌ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି ।
ମୌରୀଗ୍ରାମ, ବଙ୍କ୍ରା , ନୟାବାଜ ଓ ନଳପୁରରେ ଲୋକମାନେ ଷ୍ଟେସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଏଥିପାଇଁ ହାଓଡାରୁ ନିମ୍ନ ଲିଖିତ ଟ୍ରେନମାନଙ୍କୁ ବାତିଲ୍‌ କରାଯାଇଛି ।

ଆଜି ହାଓଡ଼ାରୁ ବାତିଲ ହୋଇଥିବା ଟ୍ରେନ -

୦୧. ୨୦୮୮୯ ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ

୦୨. ୨୨୮୭୭ ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ

୦୩. ୧୨୮୪୧ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ

୦୪. ୧୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ

୦୫. ୧୮୬୪୫ ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ

୦୬. ୧୨୮୪୭ ହାଓଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ

୦୭. ୧୨୮୬୦ ହାଓଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

ସଂଲଗ୍ନ ଟ୍ରେନ ବାତିଲ ଯୋଗୁଁ ପୁରୀରୁ ବାତିଲ ହେଉଥିବା ଟ୍ରେନ -

୦୧. ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ଆଜି ପୁରୀ ଠାରୁ

୦୨. ୫୮୦୦୨ ପୁରୀ-ସଂତ୍ରାଗାଛି ପାସେଞ୍ଜର ଆସନ୍ତା କଲି ପୁରୀରୁ

୦୩. ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଆସନ୍ତା କଲି ପୁରୀରୁ

ଆଂଶିକ ବାତିଲ ହେଉଥିବା ଟ୍ରେନ -

୦୧. ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଓ ଖଡ଼ଗ୍ପୁର ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ

୦୨. ଆଜି ଭୁବନେଶ୍ୱରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ମେଛେଦଓ ଠାରୁ ଫେରିବ ଓ ମେଛେଦଓ ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ

ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ନିୟନ୍ତ୍ରିତ ହୋଇଥିବା ଟ୍ରେନ :

୦୧. ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ପାନ୍ସକୁରା ଠାରେ

୦୨. ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ ଭଦ୍ରକ ଠାରେ

୦୩. ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରେ

୦୪. ପୁରୀ-ହାଓଡ଼ା ଧଉଳି ଏକ୍ସପ୍ରେସ କଟକ ଠାରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.